ଭୁବନେଶ୍ୱର: କ୍ରସ ଭୋଟିଂକୁ ମାନିଲେ ସୌଭିକ ବିଶ୍ୱାଳ । କହିଲେ ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତା ଭୋଟ ଦେଇଛି । ବିଜୁ ଲିଗାସୀକୁ ଆଗକୁ ନେବା ପାଇଁ ଭୋଟ ଦେଇଛି କହିଲେ ସୌଭିକ । କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ପ୍ରଶ୍ନ କଲେ । ନବୀନ ନିବାସ ଘଟଣାକୁ ନେଇ କ୍ରୋଧିତ ବୋଲି ଜଣାଇଲେ । ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି ବାପା ପ୍ରଥମେ କହିଥିଲେ । ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାର ପ୍ରତିଶୋଧ ନେଇଛି । ମିଡ ନାଇଟ ଅପରେସନ କଲା କିଏ, କାହାର ହାତରେ ଲାଗିଲା ଦାଗ । ନବୀନ ବାବୁଙ୍କ ଗାଡି କାଚ ଭାଙ୍ଗିଲା କିଏ, ଦୋଷ ମୁଣ୍ଡାଇଲା କିଏ । ଚିଟଫଣ୍ଡ ଟଙ୍କା ଖଆଇଲା କିଏ, ଦୋଷ ମୁଣ୍ଡାଇଲା କିଏ । ୨୯ ବର୍ଷ ହେଲା ବାପା ବିଜେଡି ପାଇଁ ସର୍ବସ୍ୱ ଦାନ କରିଥିଲେ ।










