19.1 C
Bhubaneswar
Friday, February 13, 2026
Homeଓଡିଶାସତ୍ୟ ପ୍ରକାଶ ନନ୍ଦଙ୍କ ପରଲୋକ

ସତ୍ୟ ପ୍ରକାଶ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ ସତ୍ୟ ପ୍ରକାଶ ନନ୍ଦଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତରେ ସତ୍ୟ ପ୍ରକାଶ ନନ୍ଦଙ୍କ ପରଲୋକ ହୋଇଛି । ତାଙ୍କର ବୟସ ୭୨ ବର୍ଷ । ଓଇଆରସିର ଅଧ୍ୟକ୍ଷ ଥିଲେ ସତ୍ୟ ପ୍ରକାଶ ନନ୍ଦ । ସେ ୧୯୭୫ ବ୍ୟାଚର ଜଣେ ଆଇଏଏସ୍ ଅଧିକାରୀ ଥିଲେ। ରାଜସ୍ୱ ବୋର୍ଡର ସଦସ୍ୟ ପଦରୁ ଅବସର ନେବା ପରେ ସେ ୧୩ ଅକ୍ଟୋବର ୨୦୧୧ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ। ୧୯ ମାର୍ଚ୍ଚ ୧୯୫୨ରେ ଜନ୍ମଗ୍ରହଣ କରିଥିବା ନନ୍ଦ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ଅକ୍ଟୋବର ୧୨, ୨୦୧୬ ରେ ଓଇଆରସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସତ୍ୟ ନଗର ଶ୍ମଶାନରେ  ଶେଷକୃତ୍ୟ ସମ୍ପନ୍ନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking