29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶୱାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ

ୱାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ

ନୂଆଦିଲ୍ଲୀ: ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍‌ । ଆଉ ଏହି ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଏନଆଇକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ। କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି। ତେବେ ବିଜେଡିର ବାକି ସାଂସଦଙ୍କ ସମ୍ପର୍କରେ ଏନେଇ କୌଣସି ଆଲୋଚନା କରିନାହାନ୍ତି।

ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି। ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖା ଦେଇଥିଲା ଦ୍ବନ୍ଦ୍ବ। କିନ୍ତୁ ଗତକାଲି ସସ୍ମିତ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ, ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ବିପ ଜାରି କରାଯାଇନାହିଁ। ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ। ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳ ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ। ଏବେ ପ୍ରଶ୍ନ ଉଠୁଛି, ଯଦି ସସ୍ମିତ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ତା ହେଲେ ବାକି ସାଂସଦମାନେ ସପକ୍ଷରେ, କି ବିପକ୍ଷରେ ଭୋଟ୍‌ ଦେଇଛନ୍ତି, ତାହା ଏବେ ବି ସସପେନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking