27.1 C
Bhubaneswar
Sunday, March 29, 2026
Homeଓଡିଶାଜୁନ୍ ୨୩ରେ ସରପଞ୍ଚ ଓ ୱାର୍ଡମେମ୍ବର ଉପ-ନିର୍ବାଚନ

ଜୁନ୍ ୨୩ରେ ସରପଞ୍ଚ ଓ ୱାର୍ଡମେମ୍ବର ଉପ-ନିର୍ବାଚନ

ଭୁବନେଶ୍ବର : ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ। ୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦ଟି ଜିଲାରେ ଖାଲିଥିବା ସରପଞ୍ଚ ଏବଂ ୨୩ ଜିଲାରେ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ।

ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ମୃତ୍ୟୁ, ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲାରେ ପରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଆସନ ଖାଲି ରହିଛି। ଚଳିତ ମାସ ୨୬ରୁ ୩୧ ମଧ୍ୟରେ ନାମାଙ୍କନ ଦାଖଲ, ଜୁନ୍ ୪ରେ ନାମାଙ୍କନ ପ୍ରତ୍ୟାହାର ଓ ଜୁନ୍ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରଦିନ ଭୋଟ ଗଣତି ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking