25.1 C
Bhubaneswar
Wednesday, March 11, 2026
Homeଓଡିଶାବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ

ନୂଆପଡ଼ା / ଭୁବନେଶ୍ୱର: ନୂଆପଡାରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ପ୍ରଚାର ସମୟରେ ନୂଆଗାଁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଉପରେ ଆସ୍ଥା ପ୍ରକଟ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି । ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ମାଳା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀ ଡୋଳାମଣି ଶବର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଙ୍କ ଉପସ୍ଥିତି ରେ ଏହି ଦୁଇ ଲୋକ ପ୍ରତିନିଧି ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ଡବଲ ଇଞ୍ଜିନ୍ ସରକାର ପ୍ରତି ଆକୃଷ୍ଟ ହୋଇ ବିଜେପି ରେ ସାମିଲ ହୋଇଛନ୍ତି। ବିଜେପି ସରକାର ତାଙ୍କ ପଞ୍ଚାୟତ କୁ ବିକଶିତ କରିପାରିବ ବୋଲି ଆଶାବ୍ୟକ୍ତ କରି ଏଥର ଉପନିର୍ବାଚନ ରେ ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅକୁଣ୍ଠ ସମର୍ଥନ କରିଵେ ବୋଲି କହିଛନ୍ତି। ନୂଆପଡ଼ା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ବିଜେପି ରେ ସାମିଲ ହେବା ଆମ ଦଳକୁ ଶକ୍ତିଶାଳୀ କରିଛି ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଏବଂ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking