ଭୁବନେଶ୍ୱର: ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ଏନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ବିଜ୍ଞପ୍ତି ଜାରି କରାଯାଇଛି । ଆଜିଠୁ ବିଧାନସଭାର ୨୭ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାରୁ ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୫୦ ସୁଦ୍ଧା ଦେଶରେ ଦ୍ୱିଗୁଣିତ ହେବ ବୟସ୍କଙ୍କ ସଂଖ୍ୟା: ୟୁଏନ୍ଏଫ୍ପିଏ ଭାରତ ମୁଖ୍ୟ