14.1 C
Bhubaneswar
Friday, December 19, 2025
Homeଓଡିଶାସରିଲା ପହଣ୍ଡି ବିଜେ ନୀତି: ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି

ସରିଲା ପହଣ୍ଡି ବିଜେ ନୀତି: ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିଛନ୍ତି ।  ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ତାପରେ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ପରେ କାଳିଆ ସାଆନ୍ତଙ୍କ ପହଣ୍ଡି ହୋଇଥିଲା । ସରିଲା ପହଣ୍ଡି ବିଜେ ନୀତି।  ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ ଘଣ୍ଟା ହୁଳହୁଳିରେ ଦୁଲୁକୁଛି ଶରଧାବାଲି ।  ପରେ ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପାଦନ କରିବେ। ଛେରା ପହଁରା ନୀତି ପରେ ତିନି ରଥରୁ ଚାର ଖୋଲାଯାଇ ଘୋଡା ବନ୍ଧା ଯିବା ସହ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳୁ ବାହୁଡା଼ ଯାତ୍ରା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking