19.1 C
Bhubaneswar
Tuesday, February 3, 2026
Homeଓଡିଶାସରିଲା ବରଗଡ ଧନୁଯାତ୍ରା: ମହୋଦଧିରେ ବୁଡ଼ ପକାଇଲେ କଂସ

ସରିଲା ବରଗଡ ଧନୁଯାତ୍ରା: ମହୋଦଧିରେ ବୁଡ଼ ପକାଇଲେ କଂସ

ପୁରୀ: କଂସ ବଧ ସହ ସରିଲା ୭୮ ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି , ଅତ୍ୟାଚାରକୁ ନେଇ ହୋଇଥିବା ଧନୁଯାତ୍ରା ୧୧ ଦିନ ଧରି ଚାଲିଥିଲା ଧନୁଯାତ୍ରା । ସତ୍ୟର ବିଜୟ ଅସତ୍ୟର ପରାଜୟ ହୋଇଛି । ଶାନ୍ତି ଶୃଙ୍ଖଳା ସହ ଲକ୍ଷାଧିକ ଦର୍ଶକ ଧନୁଯାତ୍ରା ଉପଭୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ । ୨୪ ଡିସେମ୍ବର ୨୦୨୫ ରୁ ଆରମ୍ଭ ହୋଇଥିବା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶନିବାର ବିଳମ୍ବିତ ରାତିରେ ସମାପ୍ତ ହୋଇଛି । ଏହା ପରେ ଆଜି ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରା କଂସ । ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ । ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କଲେ । ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଗୋବର୍ଦ୍ଧନ ପୀଠରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା ମାଗିବେ । ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିଥିଲା ଧନୁଯାତ୍ରା । ମହାରାଜ କଂସ ଭୂମିକାରେ ଅଭିନୟ କରୁଥିଲେ ସୁଶିଲ ମେହେର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking