ବଲାଙ୍ଗୀର: ବଲାଙ୍ଗୀରରେ ରହୁଥିବା ସାରଦା କୁକରେଜାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ। ପାକିସ୍ତାନୀ ନାଗରିକ ସାରଦାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତାଙ୍କ ଭିସା ରଦ୍ଦ କରାଯାଇଛି । ତୁରନ୍ତ ପାକିସ୍ତାନ ପଳାଇବାକୁ ନିର୍ଦ୍ଦେର୍ଶ ଦିଆଯାଇଛି । ନିର୍ଦ୍ଦେଶ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ । ବଲାଙ୍ଗୀର ଟାଉନ ଥାନା ଠିକାଦାରପଡାରେ ରୁହନ୍ତି ସାରଦା ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାରଦା କୁକରେଜା । କହିଛନ୍ତି ମୁଁ ପାକିସ୍ତାନ ଯାଇପାରିବିନି । ମୋର ପାକିସ୍ତାନରେ କେହି ନାହାନ୍ତି, କୁଆଡେ ଯିବି । ପାକିସ୍ତାନ ଛାଡିବା ପରଠୁ କେବେ ଆଉ ଯାଇନି । କେବେ ପାକିସ୍ତାନର କାହା ସହ କଥା ହୋଇନି । ଏଠି ବିବାହ କରିବା ପରେ ମୁଁ ଝିଅ ଜନ୍ମ ଦେଇ ବାହା ହେଇସାରିଛି । ପରିବାରକୁ ଛାଡି ଆଉ କୁଆଡେ ଯାଇ ପାରିବି ନାହିଁ ।