ଭୁବନେଶ୍ୱର: ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ଓଏସଏସସି ଅଫିସ ଆଗରେ ପ୍ରତିବାଦ କରିଛନ୍ତି । ଟିଜିଟି ସଂସ୍କୃତ ମେରିଟ ଲିଷ୍ଟ ପ୍ରକାଶ ବିଳମ୍ବକୁ ନେଇ ପ୍ରତିବାଦ କରିଛନ୍ତି । ଆଶାୟୀ ସଂସ୍କୃତ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସଂସ୍କୃତ ବ୍ୟତୀତ ସମସ୍ତ ଟିଜିଟି ପଦବୀ ମେରିଟ ଲିଷ୍ଟ ପ୍ରକାଶ ପାଇଛି । କେଉଁ କାରଣରୁ ସଂସ୍କୃତ ଟିଜିଟି ମେରିଟ ଲିଷ୍ଟ ବାହାରିନି ତାହା ଅସ୍ପଷ୍ଟ ରହିଛି ।










