16.1 C
Bhubaneswar
Wednesday, January 14, 2026
Homeଓଡିଶାପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ; ଶଙ୍କର ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ) ହିଁ
ପ୍ରକୃତ ମାଷ୍ଟରମାଇଣ୍ଡ:...

ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ; ଶଙ୍କର ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ) ହିଁ
ପ୍ରକୃତ ମାଷ୍ଟରମାଇଣ୍ଡ: ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ଗୃହ ବିଭାଗର ଅନୁମତି ବିନା ଅନଭିଜ୍ଞ ସଂସ୍ଥାକୁ ପରୀକ୍ଷା କାମ ଦେବା ସମ୍ଭବ କି ?
ବିଜେପି ନିଦେ୍ର୍ଦଶରେ ଶଙ୍କରକୁ କାମ ଦିଆଯାଇଛି

ଭୁବନେଶ୍ୱର: ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀରେ ସମ୍ପୃକ୍ତ ଥିବା ଶଙ୍କର ପୃଷ୍ଟିକୁ ଗିରଫ କରି ତାକୁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ବେଳେ, ଶଙ୍କର ନୁହେଁ ବରଂ ଶଙ୍କରକୁ ଏହି କାମ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ) ହିଁ ପ୍ରକୃତ ମାଷ୍ଟରମାଇଣ୍ଡ ବୋଲି ବିଜୁ ଜନତା ଦଳ କହିଛି । ଗୃହ ବିଭାଗ ଦାୟିତ୍ୱରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଜ୍ଞାତସାରରେ ହିଁ ଏହି କାମ ଶଙ୍କର ପୃଷ୍ଟିକୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଆଗଧାଡିର ନେତୃତ୍ୱଙ୍କ ସହ ଶଙ୍କର ପୃଷ୍ଟିର ଫଟୋ ଓ ବିଜେପି ଦଳରେ ଯୋଗଦେବା ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ତେଣୁ ଏହି ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେଡି ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ)ର ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି । ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ବଡ଼ ମୁଣ୍ଡକୁ ଖସାଇ ଦେବାକୁ ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ସିବିଆଇ ତଦନ୍ତ ଘୋଷଣା କରିଥିଲେ, ଏଯାବତ ସିବିଆଇ ପକ୍ଷରୁ ତଦନ୍ତ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଶଙ୍କର ପୃଷ୍ଟିକୁ ଗିରଫ କରିବା ପରେ, ଗଣମାଧ୍ୟମରେ ତାକୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । କିନ୍ତୁ ଆମେ ପ୍ରଶ୍ନ କରିବାକୁ ଚାହୁଁଛୁ ଯେ, ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିନା ଅନୁମୋଦନରେ ଓପିଆରବି ପରୀକ୍ଷା ପରିଚାଳନା ପାଇଁ ଆଟିଆଇକୁ ଦାୟିତ୍ୱ ଦେଇଥିଲା କି ? ଆଇଟିଆଇ କେନ୍ଦ୍ର ସରକାରଙ୍କ ସଂସ୍ଥା ହୋଇଥିଲେ ସୁଦ୍ଧା, ଏହା ସିଲିକନ ଡିଜିଟେକ ଓ ପଞ୍ଚସଫ୍ଟ ଟେକ୍ନୋଲୋଜି ଭଳି ଅନଭିଜ୍ଞ ବେସରକାରୀ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ କିପରି ଦେଲେ ? ଯାହାକୁ ମୁଖ୍ୟ ଅଭିଯୁକ୍ତ କହୁଛନ୍ତି, ସେ ବିଜେପିର ଆଗ ଧାଡ଼ିର ନେତା ମାନଙ୍କ ନିଦେ୍ର୍ଦଶରେ ଏହି କାମ ପାଇଥିଲା । ଆଶାୟୀ ପ୍ରାର୍ଥୀ ମାନଙ୍କ ଠାରୁ ଯେଉଁ ଟଙ୍କା ଆଦାୟ କରାଯାଉଥିଲା, ତାହା ସିଧାସଳଖ ସମ୍ପୃକ୍ତ ବିଜେପି ନେତା ମାନଙ୍କ ପକେଟକୁ ଯାଉଥିଲା । ନିରପେକ୍ଷ ତଦନ୍ତ ହେଲେ ମନି ଟ୍ରେଲ୍ରୁ ଏହା ସ୍ପଷ୍ଟ ହେବ । ରାଜ୍ୟ ସରକାର ତଦନ୍ତକୁ ବାଟବଣା କରୁଛନ୍ତି । ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପୋଲିସ୍ ଯଦି ଏହି ଘଟଣାକୁ ଲୋକଲୋଚନକୁ ଆଣିନଥାନ୍ତେ, ତେବେ ଶାସକ ବିଜେପି ଦଳର ଏହି ପ୍ରାୟୋଜିତ ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ବାବଦରେ ରାଜ୍ୟବାସୀ ଜାଣିପାର ନଥାନ୍ତେ । ସମଗ୍ର ଘଟଣାକୁ ଦେଖିଲେ ଜଣାପଡୁଛି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ)ର ବିନା ସମ୍ପୃକ୍ତିରେ ଏତେବଡ଼ ନିଯୁକ୍ତି ରାକେଟ ଚଳାଇବା ସମ୍ଭବ ନୁହେଁ ।

ସୁଲତା ଦେଓ କହିଥିଲେ, ଶଙ୍କର ପୃଷ୍ଟିକୁ ଧରି ସରକାର ମାଷ୍ଟରମାଇଣ୍ଡକୁ ଧରିଦେଲେ ବୋଲି ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି । “ଚଟୁ ଆଇଁସ ବେଣ୍ଟ ନିରାମିଷ” ନ୍ୟାୟରେ ଶଙ୍କରକୁ ଦୋଷୀ ସଜାଇ ବିଜେପିର ବଡ଼ ମୁଣ୍ଡ ମାନଙ୍କୁ ଖସାଇଦେବା ପାଇଁ ଶଙ୍କରକୁ ମାଷ୍ଟରମାଇଣ୍ଡ ବୋଲି ଆଖ୍ୟା ଦିଆଯାଉଛି । ଏଠି ପ୍ରଶ୍ନ ଉଠୁଛି, ଶଙ୍କର ପୃଷ୍ଟି କାହା ପ୍ରୋତ୍ସାହନରେ ଏପରି ଟଙ୍କା ଆଦାୟ କରିବା ପାଇଁ ଦୁସାହସ କରିଥିଲା? ଏହି ଘଟଣାରେ ରାଜ୍ୟବାସୀ ବିଶେଷକରି ଯୁବବର୍ଗ ସରକାରଙ୍କ ଉପରେ ଖୁବ୍ଧ ଅଛନ୍ତି । ସରକାର ଶଙ୍କରକୁ ଉତ୍ତରାଖଣ୍ଡରୁ ଗିରଫ କରିଛନ୍ତି ବୋଲି କହୁଥିବା ବେଳେ, ସେ ନିଜେ ଆତ୍ମସମର୍ପଣ କରିଛି ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାର ବାହାଦୁରୀ ନେବା ବଦଳରେ ସମ୍ପୂର୍ଣ୍ଣ ସତ୍ୟ ଲୋକଲୋଚନକୁ ଆଣନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking