19.1 C
Bhubaneswar
Sunday, February 15, 2026
Homeଓଡିଶାକୃଷକ ଆତ୍ମହତ୍ୟାର ପ୍ରତିକାର, ଚାଷୀ ଏବଂ ଭାଗଚାଷୀଙ୍କୁ କ୍ଷତିପୂରଣ ଦାବିରେ   ସଂଯୁକ୍ତ କୃଷକ ମୋର୍ଚ୍ଚା...

କୃଷକ ଆତ୍ମହତ୍ୟାର ପ୍ରତିକାର, ଚାଷୀ ଏବଂ ଭାଗଚାଷୀଙ୍କୁ କ୍ଷତିପୂରଣ ଦାବିରେ   ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ  

ଭୁବନେଶ୍ୱର : ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଆହୂତ ଚେତାବନୀ ସମାବେଶ ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗଠାରେ ପଟୁଆର ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୃଷକ ଆତ୍ମହତ୍ୟାର ପ୍ରତିକାର, ମୃତକ କୃଷକ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଅଦିନିଆ ବର୍ଷା ଜନିତ ଫସଲ କ୍ଷତି ପାଇଁ ଚାଷୀ/ଭାଗଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ଆବଶ୍ୟକ ଅନୁଯାୟୀ ମଣ୍ଡି ଖୋଲିବା, କ୍ୱିଌକ୍ଷଗ୍ଧ;ାଲ ପ୍ରତି ୩୧୦୦/-ଟଙ୍କାରେ ଚାଷୀର ସବୁ ଧାନ କ୍ରୟ କରିବା ଏବଂ କୃଷକମାନଙ୍କୁ ଋଣରୁ ମୁକ୍ତି ଇତ୍ୟାଦି ଦାବି କରି ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ପଟୁଆର ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଏକ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଅବିଳମ୍ବେ କୃଷକମାନଙ୍କ ଜ୍ୱଳନ୍ତ ଦାବି ପ୍ରତି ସମ୍ବେଦନଶୀଳ ହୋଇ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଚେତାବନୀ ଦିଆଯାଇଛି ।
ଓଡ଼ିଶାରେ ପ୍ରତିଦିନ କୃଷକ ଆତ୍ମହତ୍ୟା କରୁଥିବାବେଳେ ରାଜ୍ୟ ସରକାର ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ କରି ଲୋକଙ୍କ ଟିକସ ଅର୍ଥରୁ ୧୨୫କୋଟି ଟଙ୍କା ଖର୍ଚ୍ଚ କରିବା ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ନିଷ୍ଠୁର ଉପହାସ ଏବଂ ‘କଟା ଘା’ରେ ଚୂନ ଦେବା’ ସଦୃଶ୍ୟ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା  କହିଛି ।
ଆଜିକାର ଏହି ଆନ୍ଦୋଳନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ସର୍ବଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ରାଉତ, ପ୍ରଫୁଲ୍ଲ ସାମନ୍ତରା, ଜ୍ୟୋତି  ରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡ଼ା, ପ୍ରଦୀପ୍ତ ନାୟକ, ରାଧାକାନ୍ତ ସେଠୀ, ପ୍ରଭାତ ପାଣିଗ୍ରାହୀ, ବଂଶୀଧର ପରିଡ଼ା, ଅଭିରାମ ବେହେରା, ସୁବତି ଆଜାଦ, ରମେଶ ଜେନା, ସତ୍ୟାନନ୍ଦ ବେହେରା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରମୋଦିନୀ ସାହୁ, ମିନତୀ ପାଣିଗ୍ରାହୀ, ବିମଳୀ ନାୟକ, ସୁରେନ୍ଦ୍ର ବେହେରା ପ୍ରମୁଖ ବହୁ ନେତୃବୃନ୍ଦ ନେତୃତ୍ୱ  ନେଇଥିଲେ । ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଏକ ୫ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking