29.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସଞ୍ଜୀବ କୁମାର ସିଂହ ହିନ୍ଦୁସ୍ତାନ କପର୍ ଲିମିିଟେଡ୍‌ର ନୂଆ ସିଏମ୍‌ଡି

ସଞ୍ଜୀବ କୁମାର ସିଂହ ହିନ୍ଦୁସ୍ତାନ କପର୍ ଲିମିିଟେଡ୍‌ର ନୂଆ ସିଏମ୍‌ଡି

ନୂଆଦିଲ୍ଲୀ: ସଞ୍ଜୀବ କୁମାର ସିଂହ ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚ୍‌ସିଏଲ୍‌)ର ନୂତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଖଣି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୨୧ ତାରିଖରେ ଏସମ୍ପର୍କରେ ଅଧ୍ୟାଦେଶ କାର୍ଯ୍ୟକାରୀ ହୋଇଛି । ତେବେ ଶ୍ରୀ ସିଂହ ଆସନ୍ତା ୩୦ ଜୁନ ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ଅଧିଷ୍ଠିତ ରହିବେ। ଶ୍ରୀ ସିଂହ ୨୦୨୨ ମାର୍ଚ୍ଚ ଠାରୁ ଏଚ୍‌ସିଏଲ୍ (ଖଣି) ନିର୍ଦ୍ଦେଶକ ଭୋବ କାର୍ଯ୍ୟ କରିଆସୁଥିଲେ। ଖଣି ଯୋଜନା, ଡିଜାଇନ, ବୈଧାନିକ ମଞ୍ଜୁରୀ ଏବଂ ପ୍ରକଳ୍ପଗୁଡ଼ିକର ଆର୍ଥିକ ମୂଲ୍ୟାଙ୍କନରେ ତାଙ୍କର ଦୀର୍ଘ ୩୮ ବର୍ଷରୁ ଊର୍ଦ୍ଧ୍ୱ ସମୟର ଅଭିଜ୍ଞତା ରହିଛି । ଶ୍ରୀ ସିଂ ୧୯୮୭ରେ କେନ୍ଦ୍ରୀୟ ଖଣି ଯୋଜନା ଏବଂ ଡିଜାଇନ ପ୍ରତିଷ୍ଠାନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୦୮ରେ ଏନ୍‌ଟିପିସି ଲିମିଟେଡ୍‌ରେ ଖଣି ଯୋଜନା ଏବଂ ଡିଜାଇନ ମୁଖ୍ୟ ଭାବେ ସେ ଯୋଗଦେଇଥିଲେ। ସଞ୍ଜୀବ କୁମାର ସିଂହ ୨୦୧୬ ରେ ଭାରତ-ଅଷ୍ଟ୍ରେଲିଆ ଶକ୍ତି ସୁରକ୍ଷା ଆଲୋଚନା ଚକ୍ରରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର କୋଇଲା ବ୍ଲକ୍ ଅଧିଗ୍ରହଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥେôଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking