24.1 C
Bhubaneswar
Friday, February 13, 2026
Homeଓଡିଶାନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ସଞ୍ଜୀବ ମାରିକ୍

ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ସଞ୍ଜୀବ ମାରିକ୍

ଭୁବନେଶ୍ବର : ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ସଞ୍ଜୀବ ମାରିକ୍ । ଶନିବାର ଆଇପିଏସ ଜମି କେଳେଙ୍କାରୀ ମାମଲାରେ ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ ସାମ୍ବାଦିକ ସମ୍ମିଳନୀ କରି ଏହି କଥା କହିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ନାଗେଶ୍ଵର ରାଓ ସିଆରପିଏଫ୍ ଆଇଜି ଥିବା ବେଳେ ସେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ। ସେହି ସମୟରେ ଭୁଲ ଭାବେ ସିଆରପିଏଫଙ୍କୁ ନିୟୋଜିତ କରିବା ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ନାଗେଶ୍ୱରଙ୍କ ବିରୋଧରେ ସେ ସମୟରେ ମାରିକ କାର୍ୟ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ। ଏବେ ସେହି ରାଗ ସେ ସୁଝାଉଥିବା ଅଭିଯୋଗ କରିଛନ୍ତି ମାରିକ। ସେପଟେ ଶ୍ରୀ ମାରିକଙ୍କ କହିବା ଅନୁସାରେ ତାଙ୍କ ପୁଅ ସେଠି ସମସ୍ତ କାଗଜପତ୍ର ଦେଖି ୩ ଗୁଣ୍ଠ ଜମି କିଣିଛନ୍ତି। ସେ କୌଣସି ସରକାରୀ ଜମି କିଣି ନାହାନ୍ତି। ଅପରପକ୍ଷରେ ସେଠି ଜମି କିଣିବା ପାଇଁ ସେ କାହାକୁ ପ୍ରବର୍ତ୍ତାଇ ନଥିବା କହିଛନ୍ତି। ନାଗେଶ୍ଵର ରାଓ ସେଠି ୯ ଲକ୍ଷ ଟଙ୍କାରେ ଜମି କିଣି ୩ ବର୍ଷ ପରେ କୋଟିଏ ଟଙ୍କାରେ ଜମି ବିକ୍ରି କରି ଟଙ୍କା ନେବା ପାଇଁ ଚାହୁଁଥିଲେ। ଯେଉଁଥିପାଇଁ ଜମି ମାଲିକଙ୍କ ସହ ତାଙ୍କର ଏକ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ନାଗେଶ୍ଵର ଜମି ଠକେଇ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିବା ନେଇ କୌଣସି ଖବର ସେ ଜାଣିନଥିଲେ କି କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ସେ କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ନାଗେଶ୍ୱର ରାଓ କହିଛନ୍ତି କି ପୂର୍ବରୁ ସବୁ କହି ସାରିଛି ଏବେ କିଛି ଆଉ କହିବାର ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking