31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶବିଜେପି ଉପରେ ସଞ୍ଜୟ ସିଂହଙ୍କ ଅଭିଯୋଗ

ବିଜେପି ଉପରେ ସଞ୍ଜୟ ସିଂହଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଜେପି ଉପରେ ବଡ଼ ଅଭିଯୋଗ ଆଣିଲେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ସେ ଦାବି କରିଛନ୍ତି ବିଜେପି ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରର ଭୋଟ ତାଲିକାରୁ ତାଙ୍କ ପତ୍ନୀ ଅନୀତା ସିଂହଙ୍କ ନାଁ କାଟିବାକୁ ଆବେଦନ କରୁଛି। ରବିବାର ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ପରେ ପୁଣି ରାଜନୈତିକ ଉଷ୍ମତା ବଢ଼ିଯାଇଛି। ସଞ୍ଜୟ ସିଂହ କହିଛନ୍ତି ‘‘ପୂର୍ବରୁ ମୁଁ ରାଜ୍ୟସଭାରେ ଦିଲ୍ଲୀରେ ରହୁଥିବା ପୂର୍ବୋତ୍ତର ଭାଇ ଭଉଣୀଙ୍କ ଭୋଟ୍ ତାଲିକାରୁ ନାଁ କାଟିବା ପ୍ରସଙ୍ଗ ଉଠାଇଥିଲି। କେଉଁମାନେ ଏଭଳି କରୁଥିଲେ ମୁଁ ସେମାନଙ୍କ ନାଁ ମଧ୍ୟ କହିଥିଲି। ହେଲେ ଏହାକୁ ନେଇ ବିଜେପି ଚିନ୍ତାରେ ପଡ଼ିଯାଇଥିଲା, ଆଉ ମତେ ହଇରାଣ କରିବାକୁ ଏବେ ଏଭଳି କରୁଛି । ଭୋଟ ତାଲିକାରୁ ମୋ ପତ୍ନୀଙ୍କ ନାଁ କାଟିବା ପାଇଁ ଦୁଇ ଦୁଇ ଥର ଆବେଦନ କରାଯାଇଛି। ନଡ୍ଡା ସାହେବ ଏଭଳି କରନ୍ତୁନାହିଁ । ବିଜେପି ଏମିତି ନିର୍ବାଚନୀ ଘୋଟାଲା ନକରୁ।’’ ସେ ଆହୁରି କହିଛନ୍ତି ଯେତେବେଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କ ପତ୍ନୀଙ୍କ ଭୋଟ କଟାଗଲା ସେଥିରୁ ହିଁ ସ୍ପଷ୍ଟ ହୋଇଥିଲା ଯେ, ଦିଲ୍ଲୀରେ ବସବାସ କରୁଥିବା ପୂର୍ବୋତ୍ତର ଏବଂ ବିହାର ଲୋକଙ୍କ ଭୋଟ ବିଜେପି କାଟୁଥିଲା। ବିଜେପି ନିଜ ସ୍ବଭାବରୁ କେବେବି ବଦଳିବନି। ଲଗାତାର ଭୋଟ କାଟିବାକୁ ଚେଷ୍ଟା କରାଯାଉଛି। ମହାରାଷ୍ଟ୍ର- ହରିୟାଣାରେ ମଧ୍ୟ ଏଭଳି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking