33.1 C
Bhubaneswar
Tuesday, May 6, 2025
Homeଓଡିଶାବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ନିନ୍ଦା କଲେ ସଞ୍ଜୟ କୁମାର ଦାସବର୍ମା

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ନିନ୍ଦା କଲେ ସଞ୍ଜୟ କୁମାର ଦାସବର୍ମା

ଭୁବନେଶ୍ୱର: ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ସେକୌଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ । ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ୱାଭିମାନୀ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲାଭଳି ଦୁର୍ଭାଗ୍ୟଜନକ ଘଟଣା ।ଏହି ସରକାରରେ ଏକାଧିକ ଥର ବିଜୁବାବୁଙ୍କ ଅମ୍ଳାନ ସ୍ମୁତି ପ୍ରତି ଅପମାନ ଦେଲା ଭଳି ଘଟଣା ଘଟି ଚାଲିଛି । ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ । ଦିବଙ୍ଗତ ବିଜୁବାବୁଙ୍କ ପ୍ରତିହେଉଥିବା ଏ ଅପମାନ ରାଜ୍ୟବାସୀଙ୍କୁ ଗଭୀର ବ୍ୟଥିତ କରିଛି ।ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକବୋଲି ଏକ ପ୍ରେସବିବୃତିରେ କହିଛନ୍ତି ବିଜୁଜନତା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀସଞ୍ଜୟକୁମାର ଦାସବର୍ମା । ଶ୍ରୀ ଦାସବର୍ମାକହିଥିଲେ ଯେ, ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି ଓ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ ଦାବିକରୁଛି । ଆଗକୁ ଏହିଭଳି ଘଟଣାକୁ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ, ଏହାର ଉଚିତ ଜବାବ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking