28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା

ବ୍ୟୁରୋ : ଆସନ୍ତା ୨୦ ତାରିଖରେ  ମହାରାଷ୍ଟ୍ରର  ବିଧାନସଭା ନିର୍ବାଚନ  ଅନୁଷ୍ଠିତ ହେବ ।  ଏହା ପୂର୍ବରୁ  ୧୯୯୦ ବ୍ୟାଚର ଆଇପିଏସ  ସଞ୍ଜୟ କୁମାର ବର୍ମାଙ୍କୁ  ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଭାବେ ନିୟୁକ୍ତି ମିଳିଛି ।  ବର୍ତ୍ତମାନ  ଆଇପିଏସ ବର୍ମା  ଲିଗାଲ  ଓ ଟେକ୍ନିକାଲ ମହାନିଦ୍ଦେଶକ  ଭାବେ କାମ କରୁଛନ୍ତି ।  ତତ୍କାଳ ଭାବେ ତାଙ୍କୁ  ମହାରଷ୍ଟ୍ର ଡିଜିପି କରାଯାଇଛି ।  ରଶ୍ମୀ ଶୁକ୍ଳାଙ୍କ ସ୍ଥାନରେ ସେ ଏବେ  କାର୍ଯ୍ୟ କରିବେ । ଅକ୍ଟୋବର ୩୧ରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଡିଜିପି ରଶ୍ମୀ ଶୁକ୍ଳାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ରଶ୍ମୀ ଶୁକ୍ଳା ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ। ଏଥିପାଇଁ ତାଙ୍କୁ ପଦରୁ ହଟାଯାଉ ବୋଲି ସେ ଦାବି କରିଥିଲେ। ଏହି ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ରଶ୍ମୀ ଶୁକ୍ଳାଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ପଠାଇ ଦିଆଯାଇଛି। ଏଥିପାଇଁ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking