23.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶକୋର୍ଟରେ ମନ୍ତବ୍ୟ ଦେଲା ସଞ୍ଜୟ: କହିଲା..

କୋର୍ଟରେ ମନ୍ତବ୍ୟ ଦେଲା ସଞ୍ଜୟ: କହିଲା..

କଲକାତା : ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରଏ କୋର୍ଟରେ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ନିଜର ମନ୍ତବ୍ୟ ରଖିଛି। ଏହି ସମୟରେ ସେ କହିଛି ଯେ, ସେ ସମ୍ପୂର୍ଣ୍ଣ ନିର୍ଦୋଷ। ଘଟଣାରେ ତା’ର ସମ୍ପୃକ୍ତି ନାହିଁ। ତା’କୁ ଫସାଇ ଦିଆଯାଇଛି। କୋର୍ଟରେ ସଞ୍ଜୟ କହିଥିଲା, ସେ ଦୁଷ୍କର୍ମ ଏବଂ ହତ୍ୟା କରିନାହିଁ। ମମତା ସରକାର ତା’କୁ ଫସାଇ ଦେଇଛନ୍ତି। ତା’କୁ ଚୁପ ରହିବାକୁ ଧମକ ଦିଆଯାଇଛି। ସେ କାମ କରୁଥିବା ବିଭାଗ(କଲକାତା ପୁଲିସ) ତା’କୁ ଧମକ ଦେଇଛି ବୋଲି ସଞ୍ଜୟ କହିଥିଲା। ଆସନ୍ତା ନଭେମ୍ବର ୧୧ରୁ ପ୍ରତିଦିନ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ମାମଲାର ତଦନ୍ତକାରୀ ସଂସ୍ଥା ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ସଞ୍ଜୟ ରଏକୁ ପ୍ରକୃତ ଦୋଷୀ ବୋଲି ଦର୍ଶାଇଛି। ଏହା ସହିତ ମାମଲାକୁ ଗଣଦୁଷ୍କର୍ମ ବଦଳରେ କେବଳ ଦୁଷ୍କର୍ମ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି। ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନ ସଞ୍ଜୟର ସିମେନ ସହିତ ମେଳ ଖାଉଥିବା ରିପୋର୍ଟରେ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking