ଭୁବନେଶ୍ୱର: ଓଏଏସ ସଂଘର ନିର୍ଦ୍ଦେଶକୁ ମାନିଲେ ନାହିଁ ଅନେକ ଅଫିସର । ଏମଏସଏମଇ, ଜଳ ସମ୍ପଦ, ସାଧାରଣ ପ୍ରଶାସନ ବିଭାଗରେ କାଯ୍ୟ କଲେ । ଅର୍ଥ ବିଭାଗ ଓ ମୁଖ୍ୟ ନିର୍ୱାଚନ ଅଧିକାରୀଙ୍କ କାଯ୍ୟାଳୟରେ ବି କାମ କଲେ । ଜିଲ୍ଲାସ୍ତରରେ ବି ଅନେକ ଓଏଏସ ଅଫିସର ସ୍ୱାଭାବିକ ଡ୍ୟୁଟି କଲେ । ଅନ୍ୟପଟେ ଓଏଏସ ଅଧିକାରୀଙ୍କ ଆନ୍ଦୋଳନ ନେଇ ସଂଘ ପ୍ରତିକ୍ରିୟା ରଖିଛି । କହିଛି, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ଆନ୍ଦୋଳନ ଜାରି ରଖି ବନ୍ୟା ଅଞ୍ଚଳରେ କାମ କରିବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚିତ ଆକ୍ସନ ନେବେ । ଏହା ସହିତ ଆହୁରି କହିଛନ୍ତି, ମାସମାସ ଧରି ତଦନ୍ତ ଚାଲିଲେ ହେବନି । ୩ ଦିନ ଭିତରେ ତଦନ୍ତ ସରିବା ଦରକାର । ସରକାର ଆକ୍ସନ ନେବା ଦରକାର । ସୂଚନା ଥାଉକି, ସୋମବାର ଦିନ ବିଏମସି ଅଫିସରେ ପଶି ଅତିରିକ୍ତ କମିଶନରଙ୍କୁ ଘୋଷାଡି ଆଣି ମାଡ ମାରିଥିଲେ ୫ରୁ ୬ ଜଣ ବ୍ୟକ୍ତି ।