26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଇରାନ୍‌ ଉପରେ ଲାଗିପାରେ କଟକଣା!

ଇରାନ୍‌ ଉପରେ ଲାଗିପାରେ କଟକଣା!

ଇରାନ୍‌ : ଇସ୍ରାଏଲ ଉପରେ ଘନ ଘନ ମିସାଇଲ୍‌ ମାଡ଼ କରିଛି ଇରାନ୍‌। ଏହାପରେ ମଧ୍ୟପ୍ରାଚ୍ୟରେ ଘନେଇବାରେ ଲାଗିଛି ଯୁଦ୍ଧ ଆଶଙ୍କା। ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି। ଏହି ଯୁଦ୍ଧ ଆଗକୁ କେଉଁ ମୋଡ ନେବ ତା’ଉପରେ ସମସ୍ତଙ୍କ ନଜର ରହିଛି। ଏହାରି ଭିତରେ ଇରାନ ଉପରେ ନୂଆ କଟକଣା ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜରୁରୀକାଳୀନ ଜି-୭ ବୈଠକ ଡାକିଛନ୍ତି। ଇରାନ ଉପରେ ନୂଆ କଟକଣା ଲଗାଇବା ନେଇ ବୈଠକରେ ଆଲୋଚନା ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଜି-୭ ନେତାମାନେ ଇରାନର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ତେବେ ବୈଠକରେ ଇସ୍ରାଏଲ ପାଇଁ ଲକ୍ଷ୍ମଣ ରେଖା ଟାଣିଛନ୍ତି ବାଇଡେନ୍‌। ସେ କହିଛନ୍ତି, ଇସ୍ରାଏଲକୁ ଜବାବ ଦେବା ଅଧିକାର ରହିଛି। ଆଉ ଆମେ ଏଥିରେ ଏକମତ ମଧ୍ୟ। କିନ୍ତୁ ଇସ୍ରାଏଲ ଏକ ସୀମା ମଧ୍ୟରେ ରହି ଇରାନକୁ ପାଲଟା ଜବାବ ଦେବା ଉଚିତ। ତେବେ ଏହି ସୀମା କ’ଣ ହେବ ସେନେଇ ବିଡେନ କିଛି କହି ନାହାଁନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking