ଭୁବନେଶ୍ୱର: ବିଧାନସଭାରେ ବଦଳିଲା ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ ସିଟ । ବିଜେଡିରୁ ନିଲମ୍ବନ ପରେ ଦୁହିଁଙ୍କ ଆସନ ବଦଳିଯାଇଛି । ପୂର୍ବରୁ ଅରବିନ୍ଦ ମହାପାତ୍ରଙ୍କ ସିଟ ଥିଲା ଜି-୧୯ ଏବେ କିନ୍ତୁ ଏଫ-୧୯ । ସେହିପରି ସନାମହାକୁଡଙ୍କ ସିଟ ଏଫ-୧୪ ଥିବା ବେଳେ ଏବେ ହୋଇଛି ଏଫ-୨୧ । ଅରବିନ୍ଦ ମହାପାତ୍ରଙ୍କ ସିଟ ବିଧାୟକ ସୁନୀଲ ମହାପାତ୍ର ଙ୍କ ସହିତ ପରିବର୍ତ୍ତନ କରାଯାଇଛି । ସେହିପରି ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡଙ୍କ ଆସନ । ସୂଚନାଥାଉକି, କିଛି ଦିନ ତଳେ ଦଳ ବିରୋଧୀ କାର୍ଯ୍ୟ କରିବାରୁ ଉଭୟଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାକୁ ନେଇ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।










