30.1 C
Bhubaneswar
Thursday, February 12, 2026
Homeଓଡିଶାପ୍ରକାଶ ବେହେରା ବିଜେଡି ଛାଡ଼ିବା ନେଇ ଏମିତି କହିଲେ ସମ୍ବିତ ରାଉତରାୟ

ପ୍ରକାଶ ବେହେରା ବିଜେଡି ଛାଡ଼ିବା ନେଇ ଏମିତି କହିଲେ ସମ୍ବିତ ରାଉତରାୟ

ଭୁବନେଶ୍ବର: ହାତରୁ କ୍ଷମତା ଖସିଯିବାର ୪ମାସ ଭିତରେ ବିଜୁ ଜନତା ଦଳ(ବିଜେଡି)ରୁ ଦଳୀୟ ନେତାମାନେ ମୁହଁ ଫେରାଇବାରେ ଲାଗିଛନ୍ତି। ପଞ୍ଚାୟତସ୍ତରରୁ ‌ସାଂସଦ ପର୍ଯ୍ୟନ୍ତ ନେତାମାନେ ବିଜେଡି ଛାଡୁଛନ୍ତି। ଗତ ଜୁଲାଇ ଠାରୁ ‌ଏପର୍ଯ୍ୟନ୍ତ (୨୦୨୪ ଅକ୍ଟୋବର ୧୦) ବହୁ ନେତା ବିଜେଡି ଛାଡ଼ିଛନ୍ତି। ବିଜେଡି ଛାଡ଼ିଥିବା ଅଧିକାଂଶ ନେତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଉଛନ୍ତି। ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଗତକାଲି ବିଜେଡି ଛାଡ଼ିଛନ୍ତି। ଶ୍ରୀ ବେହେରା ଦଳ ଛାଡ଼ିବା ନେଇ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି, ପ୍ରକାଶ ବେହେରାଙ୍କୁ ବିଜେଡିରେ ସାମିଲ କରିବା ନେଇ ଆମର କିଛିଟା ଭୁଲ୍‌ ନିଷ୍ପତ୍ତି ଥିଲା। ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ। ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ସମ୍ମାନଜନକ ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେତେବେଳେ ଆମର କିଛିଟା ଭୁଲ୍‌ ନିଷ୍ପତ୍ତି ଥିଲା। ସେତେବେଳର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ବ ସେଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି। କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ, ଆମ ଆଖିକୁ ଠିକ୍‌ ଲାଗୁନଥିଲା। ଏବେ ଆମଦାନୀ ନେତା ଧୀରେଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି। ପରିସ୍ଥିତିରେ ପଡ଼ି ବିଜେଡି ଆସିଥିବା ନେତାମାନେ ସ୍ବାର୍ଥ ପାଇଁ ଦଳ ଛାଡୁଛନ୍ତି। କାରଣ ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି ସମ୍ବିତ ମତ ଦେଇଛନ୍ତି। ଗଣମାଧ୍ୟମରେ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା ଆସିବା ପରେ ପ୍ରକାଶ ବେହେରା ମଧ୍ୟ ମୁହଁ ଖୋଲିଛନ୍ତି। ଶ୍ରୀ ବେହେରା କହିଛନ୍ତି, ସମ୍ବିତ ବାବୁ ତାଙ୍କ ଦଳର କଥା ବୁଝନ୍ତୁ। ତାଙ୍କ ନିର୍ବାଚନ ମଣ୍ଡଳୀରରେ କ’ଣ ହେଉଛି ତାହା ଦେଖନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking