19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆରମ୍ଭ ହେବ ‘ସମୁଦ୍ର ମନ୍ଥନ’: ମୋଦି

ଆରମ୍ଭ ହେବ ‘ସମୁଦ୍ର ମନ୍ଥନ’: ମୋଦି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପାଇଁ  ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ସମୁଦ୍ର ମନ୍ଥନ ଆରମ୍ଭ ହେବ କହିଲେ ପ୍ରଧାନମନ୍ତ୍ରୀ ମୋଦି ।  ସମୁଦ୍ର ଭିତରେ ଗ୍ୟାସ ଓ ତୈଳ ଭଣ୍ଡାର  ସନ୍ଧାନ ପାଇଁ ଆରମ୍ଭ ହେବ ମିଶନ । ଏଥିପାଇଁ  ମିଶନ ମୋଡରେ କାମ ଚାଲିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଆରମ୍ଭ ହେବ ନ୍ୟାସନାଲ ଡିପ ଞ୍ଚାବଟର ଏକ୍ସପ୍ଲୋରେସନ ମିଶନ । ଆତ୍ମନିର୍ଭର ଭାରତ  ବିକଶିତ ଭାରତର ମୂଳଦୂଆ । ଆତ୍ମନିର୍ଭର  ଭାରତ ହିଁ ପ୍ରକୃତ ସ୍ୱାଧୀନତା ।  ଆମଦାନୀ- ରପ୍ତାନୀ , ଟଙ୍କା, ଡଲାର, ପାଉଣ୍ଡର ଆତ୍ମନିର୍ଭର ସୀମିତ ନୁହେଁ ।  ଆତ୍ମନିର୍ଭର ଆମ ସାମର୍ଥ୍ୟ ସହ ଯୋଡି ହୋଇଥାଏ ।  ଅପରେସନ ସିନ୍ଦୂରରେ ଆତ୍ମନିର୍ଭର ଭାରତର ଶକ୍ତି ଦେଖିଲୁ ।  ଅପରେସନ ସିନ୍ଦୂରରେ ମେଡ ଇନ ଇଣ୍ଡିଆର କମାଲ ଆମେ ଦେଖିଲୁ । ଆତ୍ମ ନିର୍ଭର ହୋଇନଥିଲେ ଅପରେସନ  ସମ୍ଭବ ହୋଇନଥାନ୍ତା । ଏକବିଂଶ ଶତାବ୍ଦୀ  ବୈଷୟିକ ଜ୍ଞାନକୌଶଳର ଯୁଗ ।  ବୈଷୟିକ ଜ୍ଞାନକୌଶଳକୁ ନେଇ ଶିଖରରେ  ପହଞ୍ଚି ହେବ ।  ମିଶନ ମୋଡରେ ଚାଲିଛି ସେମିକଣ୍ଡକ୍ଟର କାମ । ୪ ନୂଆ ସେମିକଣ୍ଡକ୍ଟର ୟୁନିଟକୁ ମଞ୍ଜୁରୀ ଦେଇଛୁ । ଏ ବର୍ଷ ଶେଷ ସୁଦ୍ଧା ମେଡ ଇନ ଇଣ୍ଡିଆ ଚିପ୍ସ ବଜାରକୁ ଆସିବ ।   ୨୦୪୭ ସୁଦ୍ଧା ପରମାଣୁ ଶକ୍ତି ୧୦ ଗୁଣା ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି ।  ନିଜ ଦମରେ ସ୍ପେସ  ଷ୍ଟେସନ କରିବାକୁ ଯାଉଛୁ ।  ମେଡ ଇନ ଇଣ୍ଡିଆ ଫାଇଟର ଇଞ୍ଜିନ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଲେ ।  ଭୋକାଲ ଫର ଲୋକାଲ ଆତ୍ମନିର୍ଭର ଭାରତର ମନ୍ତ୍ର ।  ଦାମ କମ, ଦମ ଅଧିକ ନୂଆ ଭାରତର ମନ୍ତ୍ର ହେବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking