ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଲେ ସମ୍ବିତ ରାଉତରାୟ । ବିଜେଡି କଳିକୁ ନେଇ କହୁ କହୁ ବହୁତ କଥା କହିଦେଲେ । ଟ୍ୱିଟ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ ହେଲାନି । ସେମାନେ କେବେ ଆସିଲେ , ଦେବାଶିଷ କେବେ ଆସିଲେ ପଚାରିଲେ । ଏପରି ଟ୍ୱିଟ କରିବା ପୂର୍ୱରୁ ଟିକେ ଭାବିବାର ଥିଲା କହିଛନ୍ତି ସମ୍ବିତ । ପାଣ୍ଡିଆନଙ୍କ କଥା ପଚାରିବାରୁ ଚିହିଁକି ଉଠିଲେ , କହିଲେ ସେ କିଏ । ସେ ତ ସନ୍ୟାସ ନେଇ ସାରିଛନ୍ତି, ଶାସନରେ ଥିଲା ବେଳେ କାମ କରୁଥିଲେ । ପାଣ୍ଡିଆନଙ୍କ କଥା ମୋତେ ପଚାରନ୍ତୁ ନାହିଁ । ସବୁ ଦଳରେ ଛୋଟମୋଟ ବିବାଦ ଅଛି , ଆମର ବି ରହିଛି । ମାନ୍ୟବର ସଭାପତି ସବୁ ଜାଣିଛନ୍ତି , ଏନେଇ ନିଷ୍ପତ୍ତି ନେବେ ।