ଭୁବନେଶ୍ୱର: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା। ସେ କହିଛନ୍ତି ଯେ ସମ୍ବଲପୁର ପରେ ବାଲେଶ୍ୱର ଓ ଭୁବନେଶ୍ୱରରେ ଲାଗିବ ନୂଆ ରାଡାର। ବାଲେଶ୍ୱର ଓ ଭୁବନେଶ୍ୱରରେ ୨୦୨୬ ଶେଷ ସୁଦ୍ଧା ଲାଗିବ ନୂଆ ରାଡାର। ଏହାସହ ପୁରୀରେ ୨୦୨୭ ସୁଦ୍ଧା ନୂଆ ରାଡାର ସ୍ଥାପନ ହେବାକୁ ଯାଉଛି।










