18.1 C
Bhubaneswar
Tuesday, December 16, 2025
Homeଓଡିଶାସମ୍ବଲପୁର ଜିଲ୍ଲା ହୋମ୍‌ଗାର୍ଡ ପରୀକ୍ଷା; : ୧୮୭ ପଦବୀ ପାଇଁ ୯ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ

ସମ୍ବଲପୁର ଜିଲ୍ଲା ହୋମ୍‌ଗାର୍ଡ ପରୀକ୍ଷା; : ୧୮୭ ପଦବୀ ପାଇଁ ୯ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ

ଭୁବନେଶ୍ୱର: ସମ୍ବଲପୁର ପୁଲିସ ଦ୍ୱାରା ମଙ୍ଗଳବାର ଆୟୋଜିତ ହୋମ୍‌ଗାର୍ଡ ନିଯୁକ୍ତି ପରୀକ୍ଷାରେ ଆଶ୍ଚର୍ଯ୍ୟଜନକ ଭାବେ ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ୪ଟି ପୁଲିସ୍ ଷ୍ଟେସନ୍‌ରେ ମାତ୍ର ୧୮୭ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ୯ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ହୋମ୍‌ଗାର୍ଡ ଡିଏସ୍‌ପି ବିଲ୍‌କିସ୍ ବାନୋ ବିବି ସୂଚନା ଦେଇଛନ୍ତି। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହୋଇଥିବା ବେଳେ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ଅନେକ ସ୍ନାତନ, ଇଞ୍ଜିନିୟର୍‌, ଏମ୍‌ବିଏ, ଏମ୍‌ସିଏ, ଡିପ୍ଲୋମା, ଆଇଟିଆଇ ଏବଂ କମ୍ପ୍ୟୁଟର୍ ବିଜ୍ଞାନ ଡିଗ୍ରୀଧାରୀ। ହୋମ୍‌ଗାର୍ଡଙ୍କ ମାସିକ ଦରମା ଦୈନିକ ମଜୁରୀ ୬୧୨ ଟଙ୍କା ହିସାବରେ ୧୮ ହଜାର ୩୬୦ ଟଙ୍କା। ଏହା ସତ୍ତ୍ୱେ ନିଯୁକ୍ତି ଅଭିଯାନରେ ଉଚ୍ଚ ଡିଗ୍ରୀଧାରୀଙ୍କ ଉପସ୍ଥିତି ରାଜ୍ୟର ବେକାରୀ ସମସ୍ୟାକୁ ପଦାରେ ପକାଇଛି।

ସମ୍ବଲପୁର ଜିଲ୍ଲାରେ ପୁଲିସ ଗାଡ଼ି ଚାଳକ ଓ କମ୍ପ୍ୟୁଟର କାର୍ଯ୍ୟ ପାଇଁ ଏହି ପଦବୀ ସୃଷ୍ଟି କରାଯାଇଥିଲା, ଯାହାର ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ରଖା ଯାଇଥିଲା। କିନ୍ତୁ ଆଜିର ପରୀକ୍ଷାରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଉପସ୍ଥିତି ପ୍ରମାଣ କରିଛନ୍ତି ଯେ ରାଜ୍ୟରେ ନିଯୁକ୍ତିର ଘୋର ଅଭାବ ରହିଛି। ଯେଉଁଥି ପାଇଁ ଉଚ୍ଚଶିକ୍ଷିତ ପ୍ରାର୍ଥୀମାନେ ହୋମ୍‌ଗାର୍ଡ ନିଯୁକ୍ତିରେ ନିଜକୁ ସାମିଲ କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ଜମାଦାରପାଲି ଏୟାର୍ ଷ୍ଟ୍ରିପ୍‌ରେ ସକାଳୁ ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ରିପୋଟିଂ ସମୟ ଥିବା ବେଳେ ପ୍ରାର୍ଥୀମାନଙ୍କୁ ୯ଟା ସମୟରେ ପ୍ରବେଶ କରିବା ପାଇଁ ଦିଆ ଯାଇଥିଲା। ପରେ ୧୦.୩୦ରେ ପ୍ରଶ୍ନପତ୍ର ଦିଆଯାଇଥିଲା। ଏଥିରେ ୨୦ ନମ୍ବର ପାଇଁ ୩୦ ମିନିଟର ପାରାଗ୍ରାଫ୍ ଲେଖିବାକୁ ସମୟ ଦିଆଯାଇଥିଲା। ଏହାପରେ ଏକ ଘଣ୍ଟା ପାଇଁ ୩୦ ନମ୍ବରର ସାଧାରଣ ଜ୍ଞାନ ପରୀକ୍ଷା ହୋଇଥିଲା। ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନିର୍ଦେଶରେ ୩ ଜଣ ଅତିରିକ୍ତ ଏସ୍‌ପି, ୨୪ ଜଣ ଇନ୍ସପେକ୍ଟର, ୮୬ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ଏବଂ ୧୦୦ରୁ ଅଧିକ ହୋମ୍‌ଗାର୍ଡ ଏବଂ ଟ୍ରାଫିକ୍ ପୁଲିସ୍ କର୍ମଚାରୀ ପରୀକ୍ଷାର ସୁଗମ ପରିଚାଳନା ଏବଂ ସୁରକ୍ଷା ନିଶ୍ଚିତ କରିଥିଲେ। ଏହା ସହିତ ଏୟାର୍ ଷ୍ଟ୍ରିପ୍ ପଡ଼ିଆରେ ପରୀକ୍ଷା ସମୟରେ ପ୍ରାର୍ଥୀମାନଙ୍କୁ ନିରୀକ୍ଷଣ କରିବା ପାଇଁ ଡ୍ରୋନ୍ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଡିଆଇବି ଶଶାଙ୍କ ବେହୁରା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking