25.1 C
Bhubaneswar
Friday, March 6, 2026
Homeଓଡିଶାବିଜେପି ରେ ସାମିଲ ହେଲେ ସମାଜବାଦୀ ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଧବଳେଶ୍ଵର ମାଝୀ

ବିଜେପି ରେ ସାମିଲ ହେଲେ ସମାଜବାଦୀ ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଧବଳେଶ୍ଵର ମାଝୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଜି ସମାଜବାଦୀ ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଧବଳେଶ୍ଵର ମାଝୀ ବିଜେପି ରେ ସାମିଲ ହେଲେ । ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକର ସିଆଲଟି ପଞ୍ଚାୟତ ବାଲିଖମାର ଗ୍ରାମ ନିବାସୀ ଧବଳେଶ୍ଵର ମାଝୀ ତାଙ୍କର ସମର୍ଥକମାନଙ୍କ ଗହଣରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ବିଜେପି ରାଜ୍ୟ ଉପସଭାପତି ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଆଜି ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟ ରେ ଆନୁଷ୍ଠାନିକ ଭାଵେ ସମାଜଵାଦୀ ପାର୍ଟି ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀ ତଥା ରାଜ୍ୟ ରେ ମୋହନ ମାଝୀ ସରକାରଙ୍କ ବିକାଶ ଅଭିଯାନ ଓ ଆଦିବାସୀ ସମାଜର ହିତ ସାଧନ କଲାଭଳି କାର୍ଯ୍ୟରେ ଆକର୍ଷିତ ହୋଇ ବିଜେପି ରେ ଯୋଗ ଦେଇଥିବା ଶ୍ରୀ ଧବଳେଶ୍ଵର ମାଝୀ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଭବାନୀପାଟଣା ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ଆଦିବାସୀ ନେତା ଗଙ୍ଗାଧର ମାଝୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking