17.1 C
Bhubaneswar
Friday, February 6, 2026
Homeଓଡିଶାସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍‌ର କର୍ମକର୍ତାଙ୍କ ପକ୍ଷରୁ ମହତ୍ୱପୂର୍ଣ୍ଣ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମମର ଫାର୍ମାସୀ ବିଭାଗର ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସମହାପାତ୍ର ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଏକ ସ୍ୱତନ୍ତ୍ର ବାର୍ତା ମାଧ୍ୟମରେ ସୁରକ୍ଷିତ ଚିକିତ୍ସା ନିମନ୍ତେ ଫାର୍ମାସିଷ୍ଟମାନଙ୍କର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ବୋଲି କହିଥିଲେ।

ସେମାନେ କେବଳ ଉପଯୁକ୍ତ ଚିକିତ୍ସା ନୁହେଁ ବରଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରୋଗୀର ବିଶ୍ୱାସ ବଢ଼ାଇବାରେ ସ୍ୱତନ୍ତ୍ର ଭୂମିକା ତୁଲାଇଥାନ୍ତି ବୋଲି ଡକ୍ଟର ଦାଶ କହିଥିଲେ । ଚଳିତ ବର୍ଷର ପ୍ରସଙ୍ଗ ‘ଥିଙ୍କ ହେଲ୍‌ଥ, ଥିଙ୍କ ଫାର୍ମାସିଷ୍ଟ’କୁ ନେଇ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଥିଲା । ଏକ ବାର୍ତାରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଫାର୍ମାସିଷ୍ଟମାନଙ୍କ ଭୂମିକା କେବଳ ଔଷଧ ପ୍ରଦାନ ନୁହେଁ ତା’ଠାରୁ ଅଧିକ ବ୍ୟାପକ ବୋଲି କହିଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଜଣେ ଜଣେ ସହଯୋଗୀ ଯେଉଁମାନେ କି ରୋଗୀ ସେବାର ମୂଳଦୁଆକୁ ସୁଦୃଢ଼ କରିଥାନ୍ତି ବୋଲି ପ୍ରଫେସର ନାୟକ କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ କ୍ଲିନିକାଲ୍ ଫାର୍ମାକୋଲଜି ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking