24.1 C
Bhubaneswar
Tuesday, February 10, 2026
Homeଓଡିଶାଲୁଣ ଖାଇଲେ କ୍ୟାନସର : ରିପୋର୍ଟ

ଲୁଣ ଖାଇଲେ କ୍ୟାନସର : ରିପୋର୍ଟ

ଭୁବନେଶ୍ୱର  : ଲୁଣ ଖାଦ୍ୟର ସ୍ୱାଦ ବଢାଇଥାଏ । ବିନା ଲୁଣରେ ଖାଦ୍ୟ ପାଟିକୁ  ରୁଚିକର ଲାଗେ ନାହିଁ । କିନ୍ତୁ ରୁଚି ଲାଗିବା ପାଇଁ ଅଧିକ ଲୁଣ ଖାଇବା ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ  । ଲୁଣ ଅଧିକ ପରିମାଣରେ ବ୍ୟବହାର କରିବା ସାଂଘାତିକ ହୋଇପାରେ ।  ଲୁଣ ଅଧିକ ଖାଇଲେ  ରୋଗ ବଢିଥାଏ ।  ଆପଣ ଜାଣିଛନ୍ତି କି ଲୁଣ ଖାଇବା ଦ୍ୱାରା କ୍ୟାନସରର  ଆଶଙ୍କା ବଢାଇଥାଏ ।  ଏନେଇ ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଏହା ସହିତ ମାତ୍ରାଧିକ ଲୁଣ  ହୃଦଘାତ ,ଷ୍ଟ୍ରୋକ , ଅପମୃତ୍ୟୁ ଆଶଙ୍କା ବଢାଏ ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ରିପୋର୍ଟରେ ସ୍ପଷ୍ଟ କରିଛି । ଇଣ୍ଡୋନେସିଆର ଆଣ୍ଡାଲସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ନିକଟରେ ଏକ ଗବେଷଣା କରିଥିଲେ। ସାଧାରଣ ଲୁଣ ଶରୀର ପାଇଁ କ୍ଷତିକାର । ଅନୁସନ୍ଧାନରୁ ଜଣାପଡିଛି ଯେ ସାଧାରଣ ଲୁଣ କ୍ୟାନସର ରୋଗର ଆଶଙ୍କା ବଢାଇଥାଏ । ଆମେ ପ୍ରତିଦିନ ବ୍ୟବହାର କରୁଥିବା ସାଧାରଣ ଲୁଣରେ କ୍ୟାନସର ସୃଷ୍ଟିକାରୀ ମାଇକ୍ରୋପ୍ଲାଷ୍ଟିକ୍ ରହିଛି। ରିପୋର୍ଟ ଅନୁସାରେ, ମାତ୍ରାଧିକ ଲୁଣ ବ୍ୟବହାର ଯୋଗୁ ବିଶ୍ୱରେ ୧୮.୯ ଲକ୍ଷ ଲୋକ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି । ଏହା ଉଚ୍ଚ ରକ୍ତଚାପ ଓ ଏକାଧିକ ହୃଦ୍ ସମସ୍ୟାର କାରଣ ପାଲଟିଛି । ଗବେଷକମାନେ ଦାବି କରିଛନ୍ତି ଯେ, ଏକ କେଜି ଲୁଣରେ ୩୩ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଜଣାପଡିଛି। ମାଇକ୍ରୋପ୍ଲାଷ୍ଟିକରେ ମିଳୁଥିବା ଅଣୁଗୁଡ଼ିକ କ୍ୟାନସର ଏବଂ ହୃଦରୋଗ ବା ହାର୍ଟଆଟାକର କାରଣ ହୋଇଥାଏ। ଗବେଷକମାନେ ୨୧ଟି ବ୍ରାଣ୍ଡର ସାଧାରଣ ଲୁଣ ନେଇ ପରୀକ୍ଷା କରିଥିଲେ। ସେମାନେ ଏଥିରୁ ଛୋଟ ପ୍ଲାଷ୍ଟିକ ଫାଇବର ଖଣ୍ଡ ବାହାର କରିଥିଲେ। ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ତେବେ ସାଧାରଣ ଲୁଣ ଦୁନିଆରେ ସର୍ବାଧିକ ବ୍ୟବହୃତ ହୁଏ । ସାଧାରଣତଃ ସମସ୍ତେ ଏହି ଲୁଣ ବ୍ୟବହାର କରନ୍ତି । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ । କ୍ୟାନସର ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିକ ଲୁଣ ଖାଇବା ଦ୍ୱାରା ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ସୃଷ୍ଟି କରିଥାଏ। ଏହି ରାସାୟନିକ ପଦାର୍ଥ ଯକୃତ ଏବଂ ଅନ୍ତଃନଳୀ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking