25.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶସଲମାନ ଖୁରସିଦଙ୍କ ବିସ୍ଫୋରକ ବୟାନ; ଭାରତରେ ହୋଇପାରେ ବାଂଲାଦେଶ ଭଳି ହିଂସା

ସଲମାନ ଖୁରସିଦଙ୍କ ବିସ୍ଫୋରକ ବୟାନ; ଭାରତରେ ହୋଇପାରେ ବାଂଲାଦେଶ ଭଳି ହିଂସା

ନୂଆଦିଲ୍ଲୀ: ଭାରତକୁ ଶକ୍ତ ଚେତାବନୀ ଦେଇଛନ୍ତି କଂଗ୍ରେସ ବଡ ନେତା । ତେବେ ଏହି ୱାର୍ଣ୍ଣିଂ ଦେଶର କୌଣସି ଆଭ୍ୟନ୍ତରୀଣ ସମସ୍ୟାକୁ ନେଇ ନୁହେଁ, ବରଂ ପଡୋଶୀ ଦେଶ ବାଂଲାଦେଶର ଅଶାନ୍ତ ପରିସ୍ଥିତି ବା ହିଂସାତ୍ମକ ଆନ୍ଦୋଳନକୁ ନେଇ । ଆଉ ଏହାପରେ ତାଙ୍କ ବିସ୍ଫୋରକ ବୟାନକୁ ନେଇ ବ୍ୟାପକ ବିରୋଧ ହେବା ଆରମ୍ଭ ହୋଇଛି । ଏହି ସମ୍ବେଦନନଶୀଳ ବୟାନକୁ ନେଇ କଂଗ୍ରେସ ପୁରୁଣା କାର୍ଡ ଖେଳିଛି । ଏହା ତାଙ୍କ ବ୍ୟକ୍ତିଗତ ବାୟାନ ବୋଲି କଂଗ୍ରେସ ଦଳ କହିଛି । ସେପଟେ ବିଜେପି କିନ୍ତୁ କଂଗ୍ରେସକୁ ଘେରିଛି । ଏହି ବୟାନ ପରେ କରଛଡା ନଦେଇ ଦଳର ଆଭିମୁଖ୍ୟ କଣ ବୋଲି ସ୍ପଷ୍ଟ କରିବାକୁ ବିଜେପି ନେତା ଆହ୍ୱାନ ଦେଇଛନ୍ତି ।

କଂଗ୍ରେସ ବଡ ନେତା ସଲମାନ ଖୁରସିଦ ବାଂଲାଦେଶ ହିଂସାରେ ପ୍ରତିକ୍ରିୟା ଦେବାକୁ ଯାଇ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କହିଛନ୍ତି, ଭାରତରେ ସମ୍ଭବ ବାଂଲାଦେଶ ଭଳି ହିଂସାତ୍ମକ ଆନ୍ଦୋଳନ । ଦେଶ ଆଗକୁ ଏଭଳି ହିଂସା ଦେଖିପାରେ । ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ଶାହିନବାଗ ଆନ୍ଦୋଳନ କଥା ଉଠାଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ଆଗକୁ ଏଭଳି ଆନ୍ଦୋଳନ ଭାରତରେ ହୋଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମଙ୍ଗଳବାର ସେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ମତାମତ ରଖି କହିଥିଲେ କି, ଭାରତରେ ସରକାର ବିରୋଧି ଆନ୍ଦୋଳନ ଆଗକୁ ଏଭଳି ଭୟଙ୍କର ରୂପ ନେଇପାରେ ।

ଯଦିଓ ଏହା ଦେଖାଯାଉଛି କି, ଦେଶରେ କୌଣସି ଘଟଣାରେ ଗ୍ରାଉଣ୍ଡରେ ଶାନ୍ତି ଶୃଙ୍ଖଳା ବଜାୟ ରହିଛି । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଭଳି କହିବା ସହିତ କହିଥିଲେ କି, ବର୍ତ୍ତମାନ କାଶ୍ମୀରରେ ସବୁକୁଛି ବା ସ୍ଥିତି ସ୍ୱଭାବିକ ଲାଗିଥାଇପାରେ, ଏପରିକି ଭାରତର ସବୁ ସ୍ଥାନର ସ୍ଥିତି ସ୍ୱଭାବିକ ଲାଗିପାରେ, କିନ୍ତୁ ଆଗକୁ ଏଭଳ ଘଟଣା ଘଟିବା ଅସମ୍ଭବ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking