28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶବାବା ସିଦ୍ଦକିଙ୍କ ହତ୍ୟା ପରେ ଭାଙ୍ଗି ପଡିଛନ୍ତି ସଲମାନ

ବାବା ସିଦ୍ଦକିଙ୍କ ହତ୍ୟା ପରେ ଭାଙ୍ଗି ପଡିଛନ୍ତି ସଲମାନ

ନୂଆଦିଲ୍ଲୀ : ବାବା ସିଦ୍ଦକିଙ୍କ ହତ୍ୟା ପରେ ସଲମାନ ଖାନ୍‌ ଓ ତାଙ୍କ ପରିବାର ଖୁବ୍ ଚିନ୍ତାରେ ଅଛନ୍ତି। ସଲମାନ ଏବଂ ତାଙ୍କ ଘରର ସୁରକ୍ଷା ବଢାଇବା ଖବର ପୂର୍ବରୁ ଆସିସାରିଛି। ଏବେ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ଗ୍ୟାଙ୍ଗ। ଏହି ଘଟଣା ପରେ ସଲମାନ ଖାନ୍‌ଙ୍କ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି। ସଲମାନଙ୍କ ଘର ବାହାରେ ପୋଲିସ ସୁରକ୍ଷା ବ୍ୟବସ୍ତା ବଢାଇ ଦେଇଛି। ଏପରିକି ପରିବାର ଲୋକ ବଲିଉଡରେ ଥିବା ସଲମାନଙ୍କ ବନ୍ଧୁ ଏବଂ ନିକଟତମ ଲୋକଙ୍କୁ ଅନୁରୋଧ କରିଛନ୍ତି ସେ ଏବେ ସଲମାନଙ୍କୁ ନଭେଟନ୍ତ। ବାବା ସିଦ୍ଦକି ସଲମାନଙ୍କ ଖୁବ୍ ଘନିଷ୍ଠ ବନ୍ଧୁ ଥିଲେ।

ବାବା ସିଦ୍ଦକିଙ୍କୁ ହତ୍ୟା ପରେ ସଲମାନ ଖୁବ୍ ଦୁଃଖି ଅଛନ୍ତି। ସଲମାନଙ୍କ ପାଇଁ ବାବା ସିଦ୍ଦକି କେବଳ ବନ୍ଧୁ ନୁହନ୍ତି, ବଂର ପରିବାରର ସଦସ୍ୟ ଥିଲେ। ନିକଟରେ ଯେତେବେଳେ ବାବା ସିଦ୍ଦକି ନିଜ ପୁଅ ଜିଶାନଙ୍କ ସହ ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟ ଆସିଥିଲେ। ବାବା ସିଦ୍ଧକିଙ୍କ ହତ୍ୟା ଘଟଣା ଖବର ପାଇବା ପରେ ସଲମାନ ଖୁବ୍ ଭାଙ୍ଗି ପଡିଛନ୍ତି। ସୁଟିଂକୁ ଅଧାରେ ଛାଡି ବାବା ସିଦ୍ଦକିଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପହଁଞ୍ଚିଥିଲେ। ଗତକାଲି ରାତିରେ ଲୀଲାବତୀ ହସ୍ପିଟାଲରୁ ଫେରିବା ପରେ ସଲମାନ ଭଲରେ ଶୋଇ ପାରିନଥିଲେ। ଲଗାତାର ଜିଶାନ ଓ ପରିବାର ଲୋକଙ୍କୁ ସହ କଥା ହେଉଥିଲେ। ସିଦ୍ଦକି ପରିବାରର ନିକଟତମ ସୁତ୍ରରୁ କୁହାଯାଇଛି ଯେ, ଭାଇ ଫୋନ୍‌ରେ ଅନ୍ତିମ ସଂସ୍କାରଠାରୁ ନେଇ ଛୋଟ ବଡ କଥା ପଚାରି ବୁଝିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking