ଜଗତସିଂହପୁର: ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ । ମାର୍ଚ୍ଚ ମାସ ଦରମା ବନ୍ଦ କଲେ ଜଗତସିଂହପୁର ଜିଲ୍ଲାପାଳ । ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଅନୁପସ୍ଥିତ ରହୁଥିଲେ ନୋଡାଲ ଅଫିସର । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କୁ ସାରଣ ଦର୍ଶାଅ ନୋଟିସ ଜାରି ସହ ୩ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ପିଇଓ, ଆରଆଇ, ଭିଏଲଡବ୍ଲ୍ୟୁଙ୍କୁ ମଣ୍ଡି ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିଲା ।









