19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୧୫ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ସୈନୀ

୧୫ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ସୈନୀ

ଚଣ୍ଡିଗଡ: ହରିଆଣାର ନୂଆ ତଥା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାଏବ ସିଂ ସୈନୀ ପୁଣିଥରେ ଶପଥ ଗ୍ରହଣ କରିବେ। ଏନେଇ ପ୍ରଦେଶ ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇସାରିଛି। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମାରୋହ କେଉଁ ଦିନ ହେବ ସେନେଇ ସାମାନ୍ୟ ସଂଶୟ ରହିଛି। ତେବେ ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆଗାମୀ ୧୫ ତାରିଖରେ ସୈନୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସେ ହରିଆଣାର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ଅପରପକ୍ଷେ ବିଜେପି ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବ।

ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ବହୁମତ ସହ ବିଜୟୀ ଘୋଷିତ ହୋଇଥିଲା। ଏହା ପରେ ବିଧାୟକଦଳ ବୈଠକରେ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଅକ୍ଟୋବର ୧୫ରେ ସେ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବା ନେଇ ଚର୍ଚ୍ଚା ହେଉଛି। ତେବେ ଶପଥ ଗ୍ରହଣ ସମାରୋହର ତଦାରଖ ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ପଞ୍ଚକୁଲା ଜିଲ୍ଲା କମିଶନରଙ୍କ ଦ୍ୱାରା ପରିଚାଳିତ ହେବ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking