17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସୈଫଙ୍କୁ ଆକ୍ରମଣ ମାମଲା; ଛତିଶଗଡ଼ରୁ ଜଣେ ସନ୍ଦିଗ୍ଧ ଯୁବକ ଅଟକ

ସୈଫଙ୍କୁ ଆକ୍ରମଣ ମାମଲା; ଛତିଶଗଡ଼ରୁ ଜଣେ ସନ୍ଦିଗ୍ଧ ଯୁବକ ଅଟକ

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀ ଆକାଶ କନୌଜିଆ ନାମକ ଜଣେ ସନ୍ଦିଗ୍ଧ ଯୁବକକୁ ଛତିଶଗଡ ଦୁର୍ଗ ନିକଟସ୍ଥ ଅଞ୍ଚଳରୁ ଅଟକ ରଖାଯାଇଛି। ଆକାଶ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା ଏବଂ ସ୍ଥାନୀୟ ପୁଲିସ ସହାୟତାରେ ତାକୁ ଟ୍ରେନ୍‌ରୁ ଓହ୍ଲାଇ ଜେରା ପାଇଁ ନିଆଯାଇଥିଲା। ଶାଲିମାର ଜ୍ଞାନେଶ୍ୱରୀ ଏକ୍ସପ୍ରେସ ମୁମ୍ବାଇରୁ କୋଲକାତା ଯାଏ ଚାଲିଥାଏ।

ଆକାଶ ମଧ୍ୟ ସେହି ଟ୍ରେନର ଜେନେରାଲ ବଗିରେ ଯାତ୍ରା କରୁଥିବା ବେଳେ ଆରପିଏଫ୍ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ପଚରାଉଚରା ବେଳେ ସେ ବିଳାସପୁର ଯାଉଥିବା ପୁଲିସକୁ କହିଛି। ଜାଞ୍ଜଗିର ଚମ୍ପାରେ ତାଙ୍କର ଜଣେ ସମ୍ପର୍କୀୟ ରହୁଛନ୍ତି, ଯାହାଙ୍କୁ ସେ ଭେଟିବାକୁ ଯାଉଥିଲା। କିନ୍ତୁ ତା’ ନିକଟରୁ ମୁମ୍ବାଇ ପୁଲିସ ଦେଇଥିବା ନମ୍ବର ଜବତ କରାଯାଇଛି। ଏହାବ୍ୟତୀତ ତା’ ନିକଟରୁ ସିସିଟିଭିରେ ଦେଖାଯାଉଥିବା ବ୍ୟାଗ୍ ମଧ୍ୟ ଜବତ କରାଯାଇଛି। ପ୍ରକାଶ, ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ପ୍ରାୟ ୫୦ ଜଣଙ୍କୁ ପଚରାଉଚରା କରିଛି। ଏହି ମାମଲାରେ ମୋଟ ୩୫ଟି ଟିମ୍ ଗଠନ କରାଯାଇଛି, ଯେଉଁମାନେ ଅଭିଯୁକ୍ତଙ୍କୁ ସୁରାକ୍ ଖୋଜିବାରେ ଲାଗିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking