34.1 C
Bhubaneswar
Friday, October 18, 2024
Homeଅପରାଧନାବାଳକକୁ ବଳି ସନ୍ଦେହ ପାହାଡ ଉପରୁ ମୃତଦେହ ଠାବ

ନାବାଳକକୁ ବଳି ସନ୍ଦେହ ପାହାଡ ଉପରୁ ମୃତଦେହ ଠାବ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଝାଲିଆଲିଟି ବୁଢ଼ାଡଙ୍ଗର ପାହାଡ ଉପରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟା ଠାରୁ ନାବାଳକ ଜଣଙ୍କ ନିଖୋଜ ଥିବାବେଳେ ସନ୍ଧାନ ପାଇନଥିଲେ ଘରଲୋକ । ବହୁ ଖୋଜାଖୋଜି ପରେ ଆଜି ସକାଳେ ନାବାଳକର ମୃତଦେହ ଝାଲିଆଲିଟି ଡଙ୍ଗରରୁ ମିଳିଛି । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ନାବାଳକଙ୍କ ଘର ଜଳପାକେଲ ଗାଁରେ ବୋଲି ଜଣାପଡିଛି। ନାବାଳକ ସୋମନାଥ ପଞ୍ଚମ ଶ୍ରେଣୀର ଛାତ୍ର ହୋଇଥିବାର ସୂଚନା ରହିଛି । ଲାଠୋର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking