31.1 C
Bhubaneswar
Friday, February 6, 2026
Homeଓଡିଶାପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଯୋଗଦାନ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଯୋଗଦାନ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟରେ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପରିଷଦର ଅଧ୍ୟକ୍ଷ(ଭାରପ୍ରାପ୍ତ) ଭାବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ମହାପାତ୍ରଙ୍କୁ ଅଭିବାଦନ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବରେ ଯୋଗଦାନ କଲାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ(ଭାରପ୍ରାପ୍ତ) ଭାବରେ ଯୋଗଦାନ କରିଛନ୍ତି । ଏହା ସହ ସେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବରେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ଆଜିର ଏହି ଯୋଗଦାନ ପରେ ଶ୍ରୀ ମହାପାତ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ଓ ଆନୁଷଙ୍ଗିକ ଦିଗ ବିଷୟରେ ଆଲୋଚନା କରିଥିଲେ । ପରିଷଦର ଅଧିକାରୀଗଣ ଶ୍ରୀ ମହାପାତ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟ ବିଷୟରେ ସୂଚିତ କରିଥିଲେ । ସମସ୍ତେ ମିଳିତ ଭାବରେ ନିଷ୍ଠାର ସହ କାର୍ଯ୍ୟ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସାମୁହିକ ଲକ୍ଷ୍ୟ ହାସଲ ଦିଗରେ ବ୍ରତୀ ହେବାପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଆଗାମୀ ଦିନରେ ପରିଷଦ ଆହୁରି ଲୋକଭିମୁଖୀ ଭାବରେ କାର୍ଯ୍ୟ କରିବା ସହ ସରକାରଙ୍କ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ପ୍ରମୁଖ ଯୋଗଦାନ କରିବ ବୋଲି ମତପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking