ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ! ଗୋଇରାପଦର ଗାଁର ପ୍ରଭା ପୂଜାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ! ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା ଏ ଏସ ଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫୦୦ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏ ଏସ ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିଲା। ହେଲେ କିଛି ସମୟ ଭିତରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଟିମ୍ ଏନେଇ ଅଧିକ ତଦନ୍ତ କରୁଛି।