25.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା ଏସ୍‌-୪୦୦

ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା ଏସ୍‌-୪୦୦

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ଆନ୍ତର୍ଜାତୀୟ ସୀମା ପାରରୁ ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି। ଏହାପରେ ଭାରତୟର ସୁରକ୍ଷା ଏଜେନ୍ସି ଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନରୁ ଜମ୍ମୁ ସିଭିଲ ଏୟାରପୋର୍ଟ, ସମ୍ବା, ଆରଏସ ପୁରା, ଆରନିଆ ଏବଂ ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ଆଠଟି ମିସାଇଲ ନିକ୍ଷେପ କରାଯାଇଥିଲା। ସମସ୍ତ ମିସାଇଲକୁ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ସଫଳତାର ସହ ଧ୍ବଂସ କରାଯାଇଛି। ଜମ୍ମୁ ଏୟାରପୋର୍ଟ ଆଖପାଖରେ ବାୟୁ ପ୍ରତିରକ୍ଷା ସାଇରନ ବାଜିଥିଲା ଏବଂ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଥିଲା। ଜମ୍ମୁ ସହରରେ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଅପରେସନ ସିନ୍ଦୂର ପରେ ଭାରତ ଉପରେ ଆକ୍ରମଣ କରିବାକୁ ଆଗେଇ ଆସୁଛି ପାକିସ୍ତାନ । ଲୁଚିଛପି ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ । ଅନ୍ଧାର ହେବା ମାତ୍ରେ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିଛି ପାକିସ୍ତାନ । ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍ କରିଦିଆଯାଇଛି । ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି ଭାରତୀୟ ସେନା । କେବଳ ସତର୍କ କରାଇନାହିଁ ଜମ୍ମୁ ଆକାଶରେ ଉଡୁଥିବା ସମସ୍ତ ଡ୍ରୋନକୁ ଭାରତୀୟ ସେନା ମାଡ ମାରି ଖସାଇ ଦେଇଛି । ପଠାନକୋଟକୁ ବି ବ୍ଲାକ ଆଉଟ କରାଯାଇଛି । ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ରକେଟ୍ ପଡିଥିବା ସୂଚନା । ସାମ୍ବା ଅଞ୍ଚଳରେ ମିଜାଇସ୍ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking