38.1 C
Bhubaneswar
Friday, May 9, 2025
Homeଦେଶ ବିଦେଶୟୁକ୍ରେନ୍ ଉପରେ ରୁଷ୍‌ର ଭୟଙ୍କର ଡ୍ରୋନ୍ ଆକ୍ରମଣ

ୟୁକ୍ରେନ୍ ଉପରେ ରୁଷ୍‌ର ଭୟଙ୍କର ଡ୍ରୋନ୍ ଆକ୍ରମଣ

କିଭ: ପବିତ୍ର ଇଷ୍ଟର ପରିପ୍ରେକ୍ଷୀରେ ରୁଷ୍ ପକ୍ଷରୁ ୩୦ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ତେବେ ଏହି ସମୟ ସୀମା ଶେଷ ହେବାମାତ୍ରେ ଅର୍ଥାତ୍ ଇଷ୍ଟର ଅସ୍ତ୍ରବିରତି ଶେଷ ହେବା ପରେ ପରେ ହିଁ ରୁଷ୍ ସେନା ୟୁକ୍ରେନ୍ ଉପରେ ଭୟାବହ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ଯୁଦ୍ଧବିରତି ଚୁକ୍ତିନାମା ଶେଷ ହେବା ପରେ ୟୁକ୍ରେନ୍‌ର ଅଧିକାଂଶ ପ୍ରାନ୍ତରେ ରାତି ଅଧିଆ (ରବିବାର ବିଳମ୍ବିତ ରାତି) ବହୁ ସଂଖ୍ୟକ ରୁଷ୍ ଡ୍ରୋନ ଏବଂ ମିସାଇଲ୍ ଆକ୍ରମଣ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନୀୟ ବାୟୁସେନା ପକ୍ଷରୁ କିଭ୍ ଅଞ୍ଚଳ ସହିତ ଖେରସନ୍‌, ଡ୍ନିପ୍ରୋପେଟ୍ରୋଭସ୍କ, ଚେରକାସି, ମାଇକୋଲାଇଭ୍ ଏବଂ ଜାପୋରିଝିଆ ପାଇଁ ବିମାନ ଆକ୍ରମଣ ସତର୍କତା ଜାରି କରାଯାଇଥିଲା । ସୋମବାର ସକାଳେ ମଧ୍ୟ ରୁଷ୍‌ର ଡ୍ରୋନ୍ ଆକ୍ରମଣର ଆଶଙ୍କା ଥିବାରୁ ରାଜଧାନୀ କିଭ୍ ସମେତ ୟୁକ୍ରେନର ଅନେକ ସହରର ବାସିନ୍ଦାଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ।

ଅନ୍ୟପକ୍ଷେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ୟୁକ୍ରେନ୍ ସହ ପୁନର୍ବାର ଯୁଦ୍ଧ ଆରମ୍ଭ କରିଥିବା ନିଶ୍ଚିତ କରିଛି । ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଏହାର ସୈନ୍ୟମାନେ \”ଅସ୍ତ୍ରବିରତିକୁ କଡ଼ାକଡ଼ି ପାଳନ କରିଛନ୍ତି ଏବଂ ପୂର୍ବରୁ ଅଧିକୃତ ରେଖା ଏବଂ ସ୍ଥିତିରେ ରହିଛନ୍ତି । ଇଷ୍ଟର ଅସ୍ତ୍ରବିରତି ସମୟ ଶେଷ ହେବା ପରେ ହିଁ ଆକ୍ରମଣ କରାଯାଇଛି । ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍‌ସ୍କି ରୁଷ୍ ଉପରେ ପୁଣିଥରେ ଯୁଦ୍ଧ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି । ଜେଲେନ୍‌ସ୍କି କହିଛନ୍ତି, ପୁତିନ୍‌ଙ୍କ ଯୁଦ୍ଧବିରତି ଘୋଷଣା ଏକ \”ଜନ ସମ୍ପର୍କ\” ଅଭ୍ୟାସ ଏବଂ ତାଙ୍କ କଥା ଫମ୍ପା ପ୍ରତିଶ୍ରୁତି ଥିଲା । ସେ କ୍ରେମଲିନକୁ \”ଅସ୍ତ୍ରବିରତିର ଏକ ସାଧାରଣ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ପୁତିନ୍ ନିରନ୍ତର ଭାବେ ନୀରିହ ଜନସାଧାରଣଙ୍କ ଉପରେ ଡ୍ରୋନ୍‌, ବୋମା ତଥା ମିସାଇଲ୍ ଆକ୍ରମଣ କରି ଯୁଦ୍ଧ ଅପରାଧ ଘଟାଇ ଚାଲିଛନ୍ତି । ରୁଷ୍ ରାତାରାତି ପ୍ରାୟ ୯୬ଟି ଡ୍ରୋନ୍ ଉତ୍‌କ୍ଷେପଣ କରିଥିବା ବେଳେ ଦୁଇଟି କ୍ଷେପଣାସ୍ତ୍ର ମାଇକୋଲାଇଭ୍‌ର ଦକ୍ଷିଣ ଅଞ୍ଚଳକୁ ଏବଂ ଅନ୍ୟଏକ କ୍ଷେପଣାସ୍ତ୍ର ଖେରସନ୍ ଅଞ୍ଚଳରେ ମାଡ଼ କରିଛି । ଗତ ମାସରେ, ଆମେରିକା ଏବଂ ୟୁକ୍ରେନ ଦ୍ୱାରା ରାଜି ହୋଇଥିବା ଏକ ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଯୁଦ୍ଧବିରତିର ଜବାବରେ ମସ୍କୋ ସର୍ତ୍ତଗୁଡ଼ିକର ଏକ ଲମ୍ବା ତାଲିକା ଉପସ୍ଥାପନ କରିଥିଲା । ଯାହାର ଅର୍ଥ ମସ୍କୋ କୌଣସି ପରିସ୍ଥିତିରେ ମଧ୍ୟ ଯୁଦ୍ଧ ଶେଷ ହେଉ ବୋଲି ଚାହୁଁନଥିବା ପ୍ରମାଣିତ କରୁଛି । ରୁଷୀୟ ଯୁଦ୍ଧ ବିମାନଗୁଡ଼ିକ \”ଉତ୍ତର-ପୂର୍ବ ଏବଂ ପୂର୍ବ ଦିଗରେ ସକ୍ରିୟ ରହିଛନ୍ତି ।

ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କିନ୍ତୁ ଭିନ୍ନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ବାସ୍ତବରେ ପୁତିନ୍ ଇଷ୍ଟର ଯୁଦ୍ଧବିରତି ଘୋଷଣା କରିବାର କିଛି ସମୟ ପୂର୍ବରୁ ୟୁକ୍ରେନ୍ ସେନା ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିବା ହିମାର କ୍ଷେପଣାସ୍ତ୍ରକୁ ରୁଷ୍ ବିରୋଧରେ ପ୍ରୟୋଗ କରିଥିଲା । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ରୁଷ୍‌କୁ ଅନେକ କ୍ଷତି ସହିବାକୁ ପଡିଛି । ଏହାର ଜବାବରେ କ୍ରେମଲିନ୍ ଇଷ୍ଟର ସମୟ ଶେଷ ପରେ ଏହାକୁ ଆଉ ବଢ଼ାଇନଥିଲେ ଏବଂ ନିଜ ସେନାକୁ ଆକ୍ରମଣ ନିର୍ଦ୍ଦେଶ ଜାରି କରିଥିଲା । ପ୍ରକାଶ, ରୁଷ୍ ୨୪ ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିଥିଲା । ବର୍ତ୍ତମାନ ସମୟ ସୁଦ୍ଧା ରୁଷ୍‌, ୟୁକ୍ରେନର ପ୍ରାୟ ୨୦% ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି ଯେଉଁଥିରେ ୨୦୧୪ରେ ମସ୍କୋ ଦ୍ୱାରା ସଂଲଗ୍ନ ଦକ୍ଷିଣ କ୍ରିମିୟାନ୍ ଉପଦ୍ୱୀପ ମଧ୍ୟ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking