17.1 C
Bhubaneswar
Friday, December 19, 2025
Homeଦେଶ ବିଦେଶୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ : ୩ ମୃତ, ୨୯ ଆହତ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ : ୩ ମୃତ, ୨୯ ଆହତ

କିଭ୍‌ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ । ଫଳରେ ୩ ଜଣ ମୃତ୍ୟୁ ବରଂ କରିଛନ୍ତି ଓ ୨୯ ଜଣ ଆହତ ହୋଇଛନ୍ତି । ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କି କହିଛନ୍ତି, ଶନିବାର ଖାର୍କିବ ଉପରେ ରୁଷିଆ ବୋମା ପକାଇଛି । ଏଥିରେ ତିନି ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ସେହିପରି ଆକ୍ରଣମରେ ଅନ୍ୟ ୨୯ ଜଣ ଆହତ ହୋଇଛନ୍ତି। ଆବାସିକ ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ରୁଷିଆ ଟାର୍ଗେଟ କରିଛି। କିଭ୍‌ର ଅଧିକାରୀମାନେ କହିଛନ୍ତି, ୟୁକ୍ରେନ୍‌ ଉପରେ ରୁଷିଆ ରାତିସାରା ଆକ୍ରମଣରେ ମିସାଇଲ ଓ ଡ୍ରୋନ୍‌କୁ ବ୍ୟବହାର କରିଛି। ଆକ୍ରମଣରେ ଦକ୍ଷିଣ-ପୂର୍ବ ଓ ପଶ୍ଚିମରେ ଶକ୍ତି ଭିତ୍ତିଭୂମି କ୍ଷତି ହୋଇଛି। ଏହି ଆକ୍ରମଣରେ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ୟୁକ୍ରେନ୍‌ ନୌସେନା କହିଛି ମସ୍କୋ ଦ୍ବାରା ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରାଯିବା ପରେ ପ୍ରଥମ ଥର ଯେତେ‌ବେଳେ ରୁଷିୟ ସେନା କୃଷ୍ଣସାଗର ସ୍ଥାନରେ ଅଜୋବ ସାଗରରୁ ମିସାଇଲ ମାଡ଼ କରିଛି। ୟୁକ୍ରେନ୍‌ ନୌସେନାର ମୁଖପାତ୍ର ପ୍ଲେଟେନଚୁକ କହିଛନ୍ତି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିଗ। କାରଣ ସେ କୃଷ୍ଣସାଗରର ତୁଳନାରେ ଏହାକୁ ଅଧିକ ସୁରକ୍ଷିତ ଜଳ କ୍ଷେତ୍ର ଭାବନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking