19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶୟୁକ୍ରେନ ଉପରେ ଋଷ୍‌ର ମିସାଇଲ୍ ଆଟାକ୍‌

ୟୁକ୍ରେନ ଉପରେ ଋଷ୍‌ର ମିସାଇଲ୍ ଆଟାକ୍‌

ନୂଆଦିଲ୍ଲୀ :ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଉ ଏହାରି ଭିତରେ ଋଷ ଗତକାଲି ଦକ୍ଷିଣ ୟୁକ୍ରେନର ଜାପୋରୋଜିଆ ସହରରେ ମିଶାଇଲ ଆଟାକ କରିଛି। ଋଷର ଏହି ଆଟାକରେ ଅତି କମରେ ୧୩ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଘଟଣାର ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଆବର୍ଜନା ଗଦା ମଧ୍ୟରେ ଲୋକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।

ସେହିପରି ଆହତମାନଙ୍କ ଜରୁରୀକାଳୀନ ଚିକିତ୍ସା କରାଯାଉଥିଲା। ଆଞ୍ଚଳିକ ଗଭର୍ଣ୍ଣର ଇଭାନ ଫେଡୋରୋଭ କହିଛନ୍ତି ଯେ, ଏହି ଆକ୍ରମଣରେ ଅତି କମରେ ୧୩ ଜଣ ନାଗରିକ ପ୍ରାଣ ହରାଇଛନ୍ତି। ଆକ୍ରମଣର କିଛି ମିନିଟ୍ ପୂର୍ବରୁ ସେ ଜାପୋରୋଜିୟା ଅଞ୍ଚଳରେ ‘ହାଇ ସ୍ପିଡ୍ ମିସାଇଲ’ ଏବଂ ‘ଗ୍ଲାଇଡ୍ ବୋମା’ ଫିଙ୍ଗିବାର ବିପଦ ସମ୍ପର୍କରେ ଚେତାବନୀ ଦେଇଥିଲେ। ଏହି ସମୟରେ ୟୁକ୍ରେନ ସୈନିକ ବୁଧବାର ଦିନ ଋଷ ଭିତରେ ଥିବା ଏକ ଇନ୍ଧନ ସଂରକ୍ଷଣ ଡିପୋ ଉପରେ ଆକ୍ରମଣ କରି ଡିପୋରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା କହିଛି। ଏହି ଇନ୍ଧନ ସଂରକ୍ଷଣ ଡିପୋ ଋଷର ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ଯୋଗାଇଥାଏ। ଋଷର ଅଧିକାରୀମାନେ ଏହି ଅଞ୍ଚଳରେ ବଡ଼ ଧରଣର ଆଟାକ କରିଥିବା ସ୍ୱୀକାର କରିଛନ୍ତି ଏବଂ ନିଆଁକୁ ଆୟତ୍ତ କରିବା ପାଇଁ କର୍ତ୍ତୃପକ୍ଷ ଜରୁରୀକାଳୀନ ନିର୍ଦ୍ଦେଶ କେନ୍ଦ୍ର ସ୍ଥାପନ କରିଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking