କିଭ୍: ୟୁକ୍ରେନ ଉପରେ ରୁଷ୍ର ଡ୍ରୋନ୍ ଆକ୍ରମଣ। ମଙ୍ଗଳବାର ରାତିରେ ପୁଣି ୟୁକ୍ରେନ୍ରେ ରୁଷିଆ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଗୃହମନ୍ତ୍ରୀ ଇହୋର୍ କ୍ଲିମେଙ୍କୋଙ୍କ ଅନୁଯାୟୀ, ପଶ୍ଚିମ ଯୁକ୍ରେନୀୟ ସହର ଟେର୍ନୋପିଲ୍ରେ ଦୁଇଟି ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ବ୍ଲକ୍ରେ ରାତିସାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ୧୬ ଜଣ ଶିଶୁ ସମେତ ଅତି କମ୍ରେ ୬୬ ଜଣ ଆହତ ହୋଇଛନ୍ତି। ୟୁକ୍ରେନର ବାୟୁସେନା କହିଛି ଯେ ରୁଷ ରାତାରାତି ୪୭୬ ୟୁକ୍ରେନୀୟ ଲକ୍ଷ୍ୟସ୍ଥଳରେ ଡିକଏ ଡ୍ରୋନ୍ ଆକ୍ରମଣ ଏବଂ ବିଭିନ୍ନ ପ୍ରକାରର ୪୮ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର, ଉତ୍ତର-ପୂର୍ବ ଖାରକିଭରେ ରୁଷିଆ ଡ୍ରୋନ୍ ଆକ୍ରମଣରେ ଦୁଇ ଝିଅ ସମେତ ୪୬ ଜଣ ଆହତ ହୋଇଛନ୍ତି। ଖାରକିଭର ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ଓଲେହ ସିନିହୁବୋଭ ଟେଲିଗ୍ରାମରେ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୬ଟି ଆବାସିକ କୋଠା, ଏକ ଆମ୍ବୁଲାନ୍ସ ଷ୍ଟେସନ, ଏକ ସ୍କୁଲ ଏବଂ ଅନ୍ୟାନ୍ୟ ନାଗରିକ ନିର୍ମାଣକୁ ଟାର୍ଗେଟ କରାଯାଇଥିଲା।










