31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶୟୁକ୍ରେନ ଉପରେ ରୁଷ୍‌ର ଏୟାରଷ୍ଟ୍ରାଇକ୍‌; ୧୧ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

ୟୁକ୍ରେନ ଉପରେ ରୁଷ୍‌ର ଏୟାରଷ୍ଟ୍ରାଇକ୍‌; ୧୧ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କିଭ୍‌: ଆମେରିକା ଗୁଇନ୍ଦା ସୂଚନା ପ୍ରଦାନ ବନ୍ଦ କରିବା ପରେ ବଡ଼ ସମସ୍ୟାରେ ପଡ଼ିଯାଇଛି ୟୁକ୍ରେନ୍‌। ଏହା ଫଳରେ ରୁଷ୍ ଆକ୍ରମଣର ପୂର୍ବାନୁମାନ କରିବା ଯୁକ୍ରେନ ପାଇଁ କଠିନ ହୋଇପଡ଼ିଛି। ରିପୋର୍ଟ ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ରୁଷ୍ ପକ୍ଷରୁ ୟୁକ୍ରେନ ଉପରେ ଏକ ବଡ଼ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। ୟୁକ୍ରେନର ଅଶାନ୍ତ ଡୋନେସ୍କ ଅଞ୍ଚଳର ଏକ ସହର ଉପରେ ରୁଷ୍ ଏହି ଆକ୍ରମଣ କରିଛି। ତେବେ ରୁଷ୍ ପକ୍ଷରୁ କରାଯାଇଥିବା ଏହି ଏୟାର ଷ୍ଟ୍ରାଇକ୍‌ରେ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣରେ ଡୋବ୍ରୋପିଲିଆ ସହରରେ ଥିବା ୮ଟି ଆପାର୍ଟମେଣ୍ଟ ବ୍ଲକ୍ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ୟୁକ୍ରେନର ସରକାରୀ ଜରୁରୀକାଳୀନ ସେବା କହିଛି ଯେ ରୁଷ୍‌ର ଏକ ଡ୍ରୋନ ୟୁକ୍ରେନର ଏକ ଅଗ୍ନିଶମ ଟ୍ରକକୁ କ୍ଷତି ପହଞ୍ଚାଇଥିବା ବେଳେ ଉଦ୍ଧାରକାରୀ ଦଳ ଜଳୁଥିବା କୋଠାଗୁଡ଼ିକୁ ଲିଭାଇବା ପାଇଁ ସଂଘର୍ଷ କରୁଛନ୍ତି। ୟୁକ୍ରେନ ସହ ସାଟେଲାଇଟ୍ ଫଟୋ ସେୟାର କରିବା ବନ୍ଦ କରିବାକୁ ଆମେରିକା ନିଷ୍ପତ୍ତି ନେବା ପରେ ରୁଷ୍ ଏକାଧିକ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking