15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ; ଜେଲେନେସ୍କି ଓ ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା

ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ; ଜେଲେନେସ୍କି ଓ ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା

ନୂଆଦିଲ୍ଲୀ: ବନ୍ଦ ହେବ ୩ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁୁଷ ଓ ୟୁକ୍ରେନ୍‍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଦୀର୍ଘ ୨ ଘଣ୍ଟା ଧରି ଫୋନ ଯୋଗେ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ ପୁଟିନ୍‍ ୟୁକ୍ରେନ୍‍ ସହ ଅସ୍ତ୍ରବିରତି ରାଜିନାମାରେ ସ୍ୱାକ୍ଷର କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ଆଲୋଚନା କାଳରେ ଯୁଦ୍ଧବିରତି, ସ୍ଥାୟୀ ଶାନ୍ତି ପାଇଁ ଅନୁକୂଳ ପଦକ୍ଷେପ ପ୍ରହଣ କରାଯିବା ଉପରେ ପୁଟିନ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମର୍‍ ଜେଲେନେସ୍କିଙ୍କ ସହ ମଧ୍ୟ ଫୋନରେ କତ୍ତାବର୍ତ୍ତା କରିଛନ୍ତି । ଆଲୋଚନାରୁ ୟୁକ୍ରେନ ନିସର୍ତ୍ତ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି । ଟ୍ରମ୍ପଙ୍କ ଆଲୋଚନା ପରେ ଉଭୟ ୟୁକ୍ରେନ୍‍-ରୁଷ ଏକ ଶାନ୍ତିପୂର୍ଣ୍ଣ ଓ ବିଶ୍ୱସନୀୟ ଆଲୋଚନା ଚାହୁଁଛନ୍ତି ବୋଲି କହିଛନ୍ତି । ବିବାଦ ଓ ଯୁଦ୍ଧକୁ ବନ୍ଦ କରିବା ପାଇଁ ଉଭୟ ରାଜି ଥିବା ଏବଂ ବିଶ୍ୱରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଉଭୟ ରାଷ୍ଟ୍ର ସମ୍ମତି ପ୍ରକାଶ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking