15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆମେରିକାକୁ ଧମକ ଦେଲା ରୁଷ୍‌

ଆମେରିକାକୁ ଧମକ ଦେଲା ରୁଷ୍‌

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ପୁତିନ୍‌, ସିଧାସଳଖ ଆମେରିକାକୁ ନିଜ ବୟାନ୍‌ବାଜିରୁ କ୍ଷାନ୍ତ ରହିବାକୁ ଚେତାବନୀପୂର୍ଣ୍ଣ ଧମକ ଦେଇଛନ୍ତି । ୟୁକ୍ରେନ୍ ଉପରେ ନିକଟରେ ରୁଷ୍ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ନେଇ ଟ୍ରମ୍ପ୍ ଯେଉଁଭଳି ଭାବେ ରୁଷ୍ ପ୍ରତି ମନ୍ତବ୍ୟ ବ୍ୟବହାର କରିଛନ୍ତି, ଏହାକୁ ନେଇ ପୁତିନ୍ ଭୀଷଣ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ସ୍ଥିତି ଏବେ ଏପରି ହୋଇଛି ଟ୍ରମ୍ପ୍ ଏବଂ ପୁତିନ୍‌ଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଏବେ ବାଜିରେ ଲାଗିଛି ।

ପ୍ରକାଶ, ଟ୍ରମ୍ପ୍ ବିବୃତ୍ତି ଜାରି କରି କହିଥିଲେ ଯେ, ପୁତିନ୍ ନିଆଁ ସହିତ ଖେଳୁଛନ୍ତି, ଏବଂ ଫଳାଫଳ ବହୁତ ଖରାପ ହୋଇପାରେ । ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ମଧ୍ୟ ରୁଷ୍ ଉପରେ ଅଧିକ କଠୋର କଟକଣା ଲଗାଇବାକୁ ଘୋଷଣା କରିଛି । ଏଥିରେ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରକୁ ଟାର୍ଗେଟ୍ କରାଯାଇଛି । ତେବେ ଟ୍ରମ୍ପ୍‌ଙ୍କ ଏପ୍ରକାର ଧମକ ପରେ ରୁଷ୍ ସୁରକ୍ଷା ପରିଷଦର ଉପ-ସଭାପତି ଏବଂ ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ କହିଛନ୍ତି ଯେ, ଯଦି ଆମେରିକା ଅନୁଭବ କରେ ଯେ ଏହାଠାରୁ ଖରାପ କିଛି ହୋଇପାରେ, ତେବେ ସେମାନେ ତୃତୀୟ ବିଶ୍ୱଯୁଦ୍ଧକୁ ଆହ୍ୱାନ ଦେବା ଭଳି ଆଚରଣ କରୁଛନ୍ତି ବୋଲି ଧରାଯିବ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ରୁଷ ଆମେରିକାର କୌଣସି ଧମକକୁ ନେଇ ଆଦୌ ଚିନ୍ତିତ ନୁହେଁ କିମ୍ବା ୟୁକ୍ରେନ୍ ସହ ଯୁଦ୍ଧରେ ପଛକୁ ହଟିବା ମନୋଭାବରେ ମଧ୍ୟ ନାହିଁ ।

ସୂଚନାଯୋଗ୍ୟ, ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ବ୍ୟକ୍ତିଗତ ଭାବରେ ପୁତିନଙ୍କୁ ଭେଟିବାକୁ ଚେଷ୍ଟା କରିଆସୁଛନ୍ତି । ସେ ଏକାଧିକ ଥର ଏନେଇ ପ୍ରସ୍ତାବ ମଧ୍ୟ ପଠାଇସାରିଛନ୍ତି । କିନ୍ତୁ ପ୍ରତ୍ୟେକ ଥର ମସ୍କୋ ଏନେଇ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ । ସିଧାସଳଖ କହିଲେ ରୁଷ୍‌ର ଉଦାସୀନ ମନୋଭାବ ୟୁକ୍ରେନର ଆଭ୍ୟନ୍ତରୀଣ ବାଧ୍ୟବାଧକତା ଏବଂ ୟୁରୋପୀୟ ସଂଘର ଚାପ ଆମେରିକାର ଶାନ୍ତି ଆଲୋଚନାର ସମ୍ଭାବନାକୁ ପ୍ରାୟ ସମାପ୍ତ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking