ନୂଆଦିଲ୍ଲୀ: ଋଷରେ ଅନୂଭୂତ ହେଲା ତୀବ୍ର ଭୂମିକମ୍ପ । ଭୂମିକମ୍ପରେ ଥରିଲା କମଚଟକା ତଟ ଅଞ୍ଚଳ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଏହାପରେ ସୁନାମି ଆସିପାରେ ବୋଲି ସତର୍କତା ଜାରି କରାଯାଇଛି । ଏହି ପରିସ୍ଥିତିରେ କାମଚଟକା ଉପକୂଳ ନିକଟରେ ରହୁଥିବା ଲୋକମାନଙ୍କୁ ସତର୍କତା ରହିବାକୁ କୁହାଯାଇଛି । ଅଗଷ୍ଟ 3 ତାରିଖରେ, ରୁଷିଆର ପୂର୍ବରେ ଥିବା କାମଚାଟକା ଉପଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ 13 ଫୁଟ ଉଚ୍ଚତାର ସୁନାମି ଆସିଥିଲା ଯାହା ଅନେକ କୋଠା କ୍ଷତିଗ୍ରସ୍ତ କରିଥିଲା। କାମଚାଟକା ଉପଦ୍ୱୀପରେ ଭୂମିକମ୍ପ 6.8 ତୀବ୍ରତାର ଥିଲା, ଯାହା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବହୁତ ଚିନ୍ତାର କାରଣ ହୋଇଥିଲା।










