29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକ୍ୟାନସର ଟିକା ପ୍ରସ୍ତୁତ କଲା ଋଷ

କ୍ୟାନସର ଟିକା ପ୍ରସ୍ତୁତ କଲା ଋଷ

ନୂଆଦିଲ୍ଲୀ : କ୍ୟାନସରରେ ଗଲାଣି ଅନେକଙ୍କ ଜୀବନ । ସାରା ବିଶ୍ୱରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳିଛି । ଆଉ ଏଭଳି ପରସ୍ଥିତିରେ କ୍ୟାନସର ଭଳି ମାରାତ୍ମକ ରୋଗର ଟିକା ପ୍ରସ୍ତୁତ କରିଛି ଋଷ । ଯାହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏଭଳି କିଛି ଘୋଷଣା କରିଛି ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଋଷର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ଜେନେରାଲ୍ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ୍ ଋଷର ରେଡିଓ ଚ୍ୟାନେଲରେ ଏହି ଟିକା ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିବା ସହ କର୍କଟ ବ୍ୟାପିବାରେ ରୋକିପାରେ ।

କର୍କଟ ରୋଗକୁ ରୋକିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବା ପରିବର୍ତ୍ତେ ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ। ଏହି ଟିକା ପ୍ରତ୍ୟେକ ପ୍ରକାର କର୍କଟ ରୋଗୀଙ୍କୁ ଦିଆଯାଇପାରେ । ଋଷର ଜାତୀୟ ମେଡିକାଲ ରିସର୍ଚ୍ଚ ରେଡିଓଲୋଜିକାଲ୍ ସେଣ୍ଟର ଏବଂ ଗାମାଲିଆ ଜାତୀୟ ଅନୁସନ୍ଧାନ କେନ୍ଦ୍ର ସମେତ ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଘୋଷଣାକୁ ନିଶ୍ଚିତ କରିଛି । ତେବେ ଗତ ୨୦୨୪ ଫେବୃଆରୀରେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରି କହିଥିଲେ ଯେ, ଖୁବଶୀଘ୍ର ଋଷ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଟିକା ବାହାର କରିବ । ଏଥିପାଇଁ ଋଷର ବୈଜ୍ଞାନିକମାନେ ଟିକା ପ୍ରସ୍ତୁତ କରୁଛନ୍ତି । ଯାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ।ଆଉ ଖୁବଶୀଘ୍ର ଏହି ଟିକା ସଫଳ ଭାବରେ ବ୍ୟବହୃତ ହେବ ବୋଲି କହିଥିଲେ। ତେବେ କର୍କଟ ଟିକା ପ୍ରସ୍ତୁତ କରିବା ପାଇଁ ଅନେକ ଦେଶରେ ପ୍ରକ୍ରିୟା ଜାରି ରହିଛି । ବ୍ରିଟିଶ ସରକାର ଜର୍ମାନୀର ବାୟୋ ଟେକ୍ କମ୍ପାନୀ ସହିତ କର୍କଟ ଟିକା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ସେହିପରି ଆମେରିକାର ମୋଡର୍ନା ଏବଂ ମର୍କ କମ୍ପାନୀଗୁଡିକ ଚର୍ମ କର୍କଟ ଟିକା ପ୍ରସ୍ତୁତ କରୁଥିବା ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking