22.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶପ୍ରତିଶୋଧ ନିଆଁରେ ଜଳୁଛି ରୁଷ୍‌; ପ୍ରଚଣ୍ଡ ପ୍ରହାରରେ ଥରିଲା ୟୁକ୍ରେନ୍‌

ପ୍ରତିଶୋଧ ନିଆଁରେ ଜଳୁଛି ରୁଷ୍‌; ପ୍ରଚଣ୍ଡ ପ୍ରହାରରେ ଥରିଲା ୟୁକ୍ରେନ୍‌

ମସ୍କୋ: ନିକଟରେ ରୁଷ୍ ଉପରେ ୨ଥରରେ ୨ଟି ପୃଥକ୍ ପୃଥକ୍ ଆକ୍ରମଣ କରି ୟୁକ୍ରେନ୍ ଏବେ ନିଜ ପାଇଁ ବଡ଼ ସମସ୍ୟାକୁ ଆହ୍ୱାନ କରିଛି। ୟୁକ୍ରେନ୍ ଆକ୍ରମଣକୁ ନେଇ ପ୍ରତିଶୋଧପରାୟଣ ହୋଇପଡ଼ିଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବେ ୟୁକ୍ରେନ୍‌ରେ ଧ୍ୱଂସର ଖେଳ ଆରମ୍ଭ କରିଦେଇଛନ୍ତି। ରିପୋର୍ଟ ଅନୁସାରେ ପୁତିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ ପ୍ରାନ୍ତରେ ପ୍ରଚଣ୍ଡ ଗୁଳିଗୋଳା ବର୍ଷା କରିଛନ୍ତି। ଆକାଶ ମାର୍ଗରୁ ଡ୍ରୋନ୍ ଆକ୍ରମଣ ସହ ଭିନ୍ନଭିନ୍ନ ବର୍ଗର ଘାତକ ମିସାଇଲ (ବାଲିଷ୍ଟିକ୍ ମିସାଇଲ୍‌, କ୍ରୁଜ୍ ମିସାଇଲ୍‌, କାଲିବର୍ ମିସାଇଲ୍‌) ବର୍ଷା କରିଛି ରୁଷ୍ ସେନା। କେବଳ ସେତିକି ନୁହେଁ ୟୁକ୍ରେନ୍ ସୀମାରେ ଠୁଳ ହୋଇଥିବା ରୁଷ୍‌ର ପଦାତିକ ସେନା ମଧ୍ୟ ୟୁକ୍ରେନ୍ ସେନା ବିରୋଧରେ ଟ୍ୟାଙ୍କ୍ ଏବଂ ବୋମାମାଡ଼ କରିଥିବା ସୂଚନା ମିିଳିଛି। ରୁଷ୍‌ର ଏପ୍ରକାର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ୍ ସମ୍ପୂର୍ଣ୍ଣ ରୂପେ ଦୋହଲିଯାଇଛି।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜେ ରୁଷ୍ ପକ୍ଷରୁ ହୋଇଥିବା ଏପ୍ରକାର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଜେଲେନ୍‌ସ୍କି କହିଛନ୍ତି ରୁଷ୍ ସେନା କିଭ୍ ଏବଂ ଅନ୍ୟ କେତେକ ପ୍ରାନ୍ତରେ ପ୍ରାୟ ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୧୦୦ରୁ ଅଧିକ ମିସାଇଲ୍ ଆକ୍ରମଣ କରିଛି। ଏଥିରେ ଅନେକ ସାଧାରଣ ନାଗରିକମାନେ ମୃତାହତ ହୋଇଛନ୍ତି। ରୁଷ୍‌ର ଆକ୍ରମଣକୁ ଜେନେଲନ୍‌ସ୍କି ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ଜେଲେନ୍‌ସ୍କିଙ୍କ କହିବାନୁସାରେ ରୁଷ୍‌ର ଏହି ଆକ୍ରମଣରେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ରେଲୱେ ଷ୍ଟେସନ୍ ମଧ୍ୟ ନଷ୍ଟ ହୋଇଯାଇଛି, ଯାହାଫଳରେ ଏହି ଷ୍ଟେସନରୁ ଟ୍ରେନ୍ ଯାତ୍ରା ପ୍ରଭାବିତ ହୋଇଛି। ଅନ୍ୟପକ୍ଷେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନୀୟ “ଆତଙ୍କବାଦୀ କାର୍ଯ୍ୟ”ର ଜବାବରେ ରୁଷ୍ ସୈନ୍ୟମାନେ ଗୁରୁବାର ବିଳମ୍ବିତ ରାତିରେ ଆକ୍ରମଣ କରିଥିଲେ। ୟୁକ୍ରେନ୍‌ର ଆକ୍ରମଣ ପରେ ରୁଷ ୟୁକ୍ରେନ୍ ଉପରେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲା। ପ୍ରାରମ୍ଭରେ, ରୁଷ ଗୁରୁବାର ରାତିରେ ଦୁଇଟି ଞଟ-୯୫ଗଉ ଏବଂ ଦୁଇଟି ଞଟ-୧୬୦ଗଉ ବୋମାବର୍ଷୀ ବିମାନ ନିୟୋଜିତ କରିଥିଲା। ବ୍ଲାକ୍ ସି’ ବା କୃଷକାୟ ସାଗରରେ ନିୟୋଜିତ ରୁଷ୍‌ର ଯୁଦ୍ଧଜାହାଜରୁ ମଧ୍ୟ କାଲିବର୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ପ୍ରକାଶ, ପୁତିନ୍ ବୁଧବାର ଏକ ଫୋନ୍ କଲ୍ ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଯେ ରୁଷ୍ ନିଶ୍ଚିତ ରୂପେ ୟୁକ୍ରେନ୍ ଆକ୍ରମଣର ଜବାବ ଦେବ।

ପ୍ରକାଶ, ଉଭୟ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବିରତି ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ରୁଷ୍ ସେନା ସାମାନ୍ୟ ଶାନ୍ତ ରହିଥିଲା। ଆଶା କରାଯାଉଥିଲା ପୁତିନ୍ ହୁଏତ୍ ନିଜ ଯୁଦ୍ଧଖୋର ମନୋବୃତ୍ତି ପରିହାର କରିବେ ଏବଂ ଅସ୍ତ୍ରବିରତି ପାଇଁ ସହମତ ହୋଇଯିବେ। କିନ୍ତୁ ଏହି ସମୟରେ ୟୁକ୍ରେନ୍ ସେନା ଟ୍ରୋଜନ-ହର୍ସ (ଗ୍ରୀସ୍‌ର ବିଶ୍ୱ ପ୍ରସିଦ୍ଧ ପୌରାଣିକ କାହାଣୀ) ରଣନୀତି ବ୍ୟବହାର କରି ଟ୍ରକ୍ ଏବଂ ଡ୍ରୋନ ସହିତ ରୁଷ୍ ଉପରେ ଆକ୍ରମଣ କରିଥିଲା। ୟୁକ୍ରେନ୍ ୧୧୭ଟି ସ୍ୱର୍ମ ଡ୍ରୋନ୍ ଜରିଆରେ ରୁଷ୍‌ର ପ୍ରାୟ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ଟି ଏୟାରବେସ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା। ୟୁକ୍ରେନ୍ ସେନା ଅପରେସନ୍ ସ୍ପାଇଡର ୱେବ୍‌’ ନାମରେ ଏହି ସାମରିକ ଅଭିଯାନକୁ କାର୍ଯ୍ୟକାରୀ କରିଥିଲା।

ଏହି ଅଭିଯାନରେ ୟୁକ୍ରେନ୍ ଗୁପ୍ତ ଭାବେ ରୁଷ୍‌ର ସାମରିକ ଘାଟିଗୁଡ଼ିକ ନିକଟକୁ ଟ୍ରକ୍ ମାଧ୍ୟମରେ ନିଜ ସାମରିକ ଡ୍ରୋନ୍‌ଗୁଡ଼ିକୁ ନେଇଯାଇ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ଆକ୍ରମଣ କରିଥିଲା। ଏଥିରେ ରୁଷ୍‌ର ଅନେକ ସାମରିକ ଘାଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷେପଣାସ୍ତ୍ର ବହନକାରୀ ଯୁଦ୍ଧ ବିମାନ ଓ ଅନ୍ୟ ସାମରିକ ଉପକରଣଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଏହା ପରେ ପରେ ୟୁକ୍ରେନ୍ ସେନା ୱାଟର ବମ୍ ମାଧ୍ୟମରେ ରୁଷ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ ‘କ୍ରିମିଆ ବ୍ରିଜ୍‌’ ଧୂଳିସାତ୍ କରିଦେଇଥିଲା। ଏହି ଆକ୍ରମଣ ଅପରେସନ୍ ସ୍ପାଇଡର ୱେବ କାର୍ଯ୍ୟକାରୀ ହେବାର ମାତ୍ର ୭୨ ଘଣ୍ଟା ମଧ୍ୟରେ ହୋଇଥିଲା। ଅଣ୍ଡର ୱାଟର ବମ୍ ବା ପାଣି ତଳେ ୧୧୦୦ କିଲୋଗ୍ରାମ ବିସ୍ଫୋରକ (ଟିଏନ୍‌ଟି) ରଖି ଏହାକୁ ବିସ୍ଫୋରଣ କରାଯାଇଥିଲା ଯାହାଫଳରେ ବ୍ରିଜ୍‌ଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା। ଏହି ବ୍ରିଜ୍‌ଟି ରୁଷ୍‌କୁ କ୍ରିମିୟା ସହିତ ସଂଯୋଗ କରୁଥିବା ଏକ ରଣନୈତିକ ଏବଂ ବାଣିଜ୍ୟିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ ବିବେଚନା କରାଯାଏ। ବିସ୍ଫୋରଣ ପରେ ଏହି ପୋଲ ଉପରେ ଗମନାଗମନକୁ ସ୍ଥଗିତ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking