34.1 C
Bhubaneswar
Sunday, June 8, 2025
Homeଓଡିଶାଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା: ଧାର୍ଯ୍ୟ ସମୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମୁଖ୍ୟ...

ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା: ଧାର୍ଯ୍ୟ ସମୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ଗତକାଲି ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ବୈଠକରେ ପଞ୍ଚାୟତିରାଜ ଓପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍. ଏନ୍ , ପାନୀୟଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ପାନୀୟଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ ଗାଁକୁ ପିଇବା ପାଣି ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି। ସମସ୍ତଙ୍କ ପାଇଁ ପିଇବା ପାଣି ସୁବିଧା କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ତଥା ଜିଲ୍ଲାପାଳମାନେ ପାନୀୟଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ସବୁ ଗାଁଙ୍କୁ ଏବଂ ଘର ଘରକୁ କିପରି ପାନୀୟଜଳ ପହଞ୍ଚିବ, ସେଥିପାଇଁ ରାଜ୍ୟର କଣ କଣ ଯୋଜନା ରହିଛି ( ଷ୍ଟେଟ୍ ସାଚୁରେସନ ପ୍ଲାନ), ସେ ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ବିଶଦ୍ ଭାବେ ଉପସ୍ଥାପନ କରାଯାଇଥିଲା।

ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଭୂତଳ ଜଳ ଭିତ୍ତିକ ବୋରକୂପ, ଓଭର ହେଡ୍ଟାଙ୍କି, ଆବଣ୍ଟିତ ପାଇପଲାଇନ୍,କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ ପାଇପ୍ ଯୋଗେ ପାନୀୟଜଳ ପ୍ରକଳ୍ପ (ସିଙ୍ଗଲ୍ ଭିଲେଜ୍ ପିଡବ୍ଲୁଏସ୍ ପ୍ରୋଜେକ୍ଟ) କାର୍ଯ୍ୟକାରୀ କରାଯାଉଛି। ଏଥିରେ ଅଦ୍ୟବଧି ୧୮,୬୭୭ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବାବେଳେ ୧୨୮୯ ନିର୍ମଣାଧିନ ରହିଛି। ୧୬ଟି ମେଗା ପାଇପ୍ଜ ଳଯୋଗାଣ ପ୍ରକଳ୍ପ ଶେଷ ହୋଇଥିବାବେଳେ ୧୯୧ଟି ନିର୍ମାଣଧୀନ ରହିଛି। ସେହିପରି ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବାବେଳେ ୩୬୫୨ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି। ଜୁନ୍ ୨୦୨୫ସୁଦ୍ଧା ୨୩୮ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆଗାମୀ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି। ନିର୍ମାଣଧୀନ ଥିବା ସମସ୍ତ ବୃହତ ପାନୀୟଜଳ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟାୟ କ୍ରମେ ମାର୍ଚ୍ଚ୨୦୨୭ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଜିଲ୍ଲାରେ ନର୍ମାଣଧୀନ ମେଗା ପାନୀୟଜଳ ପ୍ରକଳ୍ପ ଓ ସଂପୂର୍ଣ୍ଣ ହେବାକୁ ଥିବା ଧାର୍ଯ୍ୟ ସମୟ ସଂପର୍କରେ ଆଲୋଚନା କରାଯାଇଥିଲ। ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking