23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କା ମୂଲ୍ୟ ପୁଣି ୪୯ ପଇସା ଖସିଲା

ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କା ମୂଲ୍ୟ ପୁଣି ୪୯ ପଇସା ଖସିଲା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ସୋମବାର ପୁଣିଥରେ ୪୯ ପଇସା ହ୍ରାସ ପାଇଛି। ଫଳରେ ଡଲାର ତୁଳନାରେ ‘ଟଙ୍କା’ ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ôଚଛି। ରିପୋର୍ଟ ଅନୁସାରେ ସୋମବାର ସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ରେକର୍ଡକାଳୀନ ନିମ୍ନସ୍ତର ୮୭.୯୨କୁ ଖସିଆସିଛି। ଏହାପୂର୍ବରୁ ଶୁକ୍ରବାର ୮୭.୪୩ରେ ପହଞ୍ôଚଥିଲା। ତେବେ ଗତକାଲି (ରବିବାର) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆହୁରି ଅଧିକ ଟାରିଫ୍ ପ୍ଲାନ୍ ଲାଗୁ କରିବା ନେଇ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ଅନ୍ୟ ଦେଶର ମୁଦ୍ରା ସହ ଭାରତୀୟ ‘ଟଙ୍କା’ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି।

ରିପୋର୍ଟ ଅନୁଯାୟୀ ସୋମବାର ଫରେନ୍ ଏକ୍ସଚେଞ୍ଚ୍ (ଆନ୍ତଃବ୍ୟାଙ୍କ) ଡଲାର ପିଛା ୮୭.୪୩ ଟଙ୍କାରୁ ଖୋଲିଥିବା ବେଳେ କାରବାର ଶେଷ ବେଳକୁ ଏହା ୮୭.୯୨ରେ ପହଞ୍ôଚଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ନିଜ ଦେଶର ସୀମା ଶୁଳ୍କ ନୀତିରେ ପରିବର୍ତ୍ତନ କରିବା ଏବଂ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ବର୍ଦ୍ଧିତ ସୀମା ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶନାମା ସ୍ୱାକ୍ଷର କରିବାର ଦିନକ ପରେ ଏସବୁ ଦେଶର ମୁଦ୍ରା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ଭାରତ ଉପରେ ମଧ୍ୟ ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି।

ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ପ୍ରଥମେ ଭାରତ ମଧ୍ୟ ଏହି ତାଲିକାରେ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭାରତକୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ଟ୍ରମ୍ପ୍‌ଙ୍କ ଏପ୍ରକାର ବର୍ଦ୍ଧିତ ସୀମା ଶୁଳ୍କ ନୀତି ଯୋଗୁ ବିଶ୍ୱସ୍ତରରେ ଏକ ବଡ଼ ଧରଣର ବାଣିଜ୍ୟ ଯୁଦ୍ଧ ଆଶଙ୍କା ଦେଖାଦେଇଛି। ଏହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ମଧ୍ୟ ପଡ଼ିଛି, ଯାହା ଫଳରେ ଟଙ୍କା’ର ମୂଲ୍ୟ ନିମ୍ନଗାମୀ ହେବାରେ ଲାଗିଛି ବା ଦୁର୍ବଳ ହେବାରେ ଲାଗିଛି। ସୋମବାର ଏହା ରେକର୍ଡ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ପ୍ରକାଶ, ଗତ ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟ ରେକର୍ଡ ୬୭ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଯାହାଫଳରେ ଆମେରିକାର ୧ ଡଲାର ମୂଲ୍ୟ ଏବେ ଭାରତୀୟ ଟଙ୍କା ହିସାବରେ ୮୭.୨୯କୁ ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking